Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ମଶାନରେ ଜାଗା ଦେବାକୁ ମନା କଲେ ଗ୍ରାମବାସୀ :  ମୃତ ଶିଶୁର ଶବକୁ ନାଳରେ ଭସାଇଲେ ଅସହାୟ ପିତା
ଆଜିର ଖବର

ଶ୍ମଶାନରେ ଜାଗା ଦେବାକୁ ମନା କଲେ ଗ୍ରାମବାସୀ :  ମୃତ ଶିଶୁର ଶବକୁ ନାଳରେ ଭସାଇଲେ ଅସହାୟ ପିତା

July 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆନ୍ଧ୍ରପ୍ରଦେଶ : କରୋନା ସଂକ୍ରମଣର ଭୟ ଏପରି ମଣିଷକୁ ଘାରିଛି ଯେ, ଲୋକେ ରୋଗ ସହିତ ରୋଗୀଙ୍କୁ ଘୃଣା କରିବା ଆରମ୍ଭ କରିଛନ୍ତି । ଏପରିକି କରୋନା ମୃତକଙ୍କ କ୍ରିୟାକର୍ମ କରିବାକୁ ଅନୁମତି ମିଳିପାରୁନାହିଁ । କରୋନା ଭୟ ଆମର ସଭ୍ୟ ମାନସିକତାକୁ ମାରି ସାରିଛି । ଏହାର ଏକ ନଗ୍ନ ଉଦାହରଣ ଆନ୍ଧ୍ରପ୍ରଦେଶରୁ ଦେଖିବାକୁ ମିଳିଛି ।

ଆନ୍ଧ୍ରପ୍ରଦେଶର କୁରୁନୁଲ୍‌ ଜିଲ୍ଲର ଜଣେ ବ୍ୟକ୍ତି ତାଙ୍କ ନବଜାତ ଶିଶୁର ମୃତ୍ୟୁ ହେବା ପରେ ତାଙ୍କୁ ଶ୍ମଶାନରେ ପୋତିବା ପାଇଁ ନେଇଥିଲେ । କିନ୍ତୁ ସେଠାକାର ଗ୍ରାମବାସୀ ସଂକ୍ରମଣ ଡରରେ ନବଜାତକୁ ପୋତିବାକୁ ଦେଇନଥିଲେ ।  ଏହାପରେ ବ୍ୟକ୍ତି ଜଣକ ଗ୍ରାମର ଏକ ନାଳରେ ଶିଶୁର ଶବଟିକୁ ଫୋପାଡି ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣାର ନଧାଲ୍‌ ବ୍ଲର ଚୋବାଲୁ ଗ୍ରାମର ଘଟଣା। ଶନିବାର ଦିନ ଜୁଲାଇ 18 ତାରିଖରେ ଶମ୍ସ ବାଲୀ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ନଧାଲ୍‌ ହସ୍ପିଟାଲରେ ଏକ ଶିଶୁର ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ପୂର୍ବରୁ ଶିଶୁଟି ମୃତ୍ୟୁବରଣ କରିଥିଲା । ଏହାପରେ ଶିଶୁଟିର ପିତା ଶିଶୁର ଶବକୁ ଗ୍ରାମର ଶ୍ମଶାନ ଘାଟରେ ପୋତିବା ପାଇଁ ଚାହିଁଥିଲେ । ଏଥିପାଇଁ ସେ ଗ୍ରାମର ବରିଷ୍ଠ ଲୋକଙ୍କ ସହିତ ସମ୍ପର୍କ କରିଥିଲେ । କିନ୍ତୁ ଏଥିପାଇଁ ତାଙ୍କୁ ଅନୁମତି ମିଳିନଥିଲା । ତା’ପରେ ବ୍ୟକ୍ତିଜଣକ ନାଳରେ ଶିଶୁର ଶବଟିକୁ ଫୋପାଡି ଦେଇଥିଲେ । ନାଳରେ ଶିଶୁର ଶବ ଭାସୁଥିବାର ଦେଖି କେହି ପୋଲିସରେ ଖବର ଦେଇଥିଲେ । ଏହା ପରେ ପୋଲିସ୍‌ ଉକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ସହ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଏହାପରେ ଶ୍ମଶାନ ଘାଟରେ ଶିଶୁଟିର ଶବକୁ ପୋତାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026

‘ହୃଦୟସ୍ପର୍ଶୀ’!: ‘ବର୍ଡର ୨’ ଦେଖିବା ପରେ କହିଲେ ହ୍ରିତିକ୍ ରୋଶନ

January 28, 2026

ପୁଅ ବାହାଘର ଭୋଜି ପୁର୍ବରୁ ଗାଡ଼ି ଧକ୍କାରେ ପିତାଙ୍କର ମୃତ୍ୟୁ

January 28, 2026

ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍

January 28, 2026
Latest News

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026

‘ହୃଦୟସ୍ପର୍ଶୀ’!: ‘ବର୍ଡର ୨’ ଦେଖିବା ପରେ କହିଲେ ହ୍ରିତିକ୍ ରୋଶନ

January 28, 2026

ପୁଅ ବାହାଘର ଭୋଜି ପୁର୍ବରୁ ଗାଡ଼ି ଧକ୍କାରେ ପିତାଙ୍କର ମୃତ୍ୟୁ

January 28, 2026

ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍

January 28, 2026

ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ମୃତ

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.