ବ୍ରହ୍ମପୁରରେ ପ୍ଲାଜ୍‌ମା ଥେରାପି ଆରମ୍ଭ

Published: Jul 21, 2020, 11:58 am IST

ବ୍ରହ୍ମପୁର : ଏମ୍‌କେସିଜି ମେଡ଼ିକାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ ହେଲା । ଏହାକୁ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ପ୍ରଥମ ପର୍ଯ୍ୟାୟରେ କଟକରୁ ଆସିଛି 6ଟି ପ୍ଲାଜ୍‌ମା । 6ଟି ପ୍ଲାଜମା ଜିଲ୍ଲାର 4ଟି କୋଭିଡ୍‌ ହସ୍ପିଟାଲରେ ଦିଆଯିବ ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଠାରେ ସ୍ଥିତି ବେଶ୍‌ ସଂକଟଜନକ ରହିଛି । ଏଠାରେ  ସଂକ୍ରମିତଙ୍କ ସଂଖ୍ୟା  5ହଜାର 991ରେ ପହଞ୍ଚିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 59କୁ ବୃଦ୍ଧି ହୋଇଛି ।

Related posts