ଭୁବନେଶ୍ବର, ଆଜି ଭୁବନେଶ୍ବରରୁ 91 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 72 ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ରହିଥିବାବେଳେ 19 ଜଣ ଲୋକାଲ୍ କେସ୍ ରହିଛି ।
ତେବେ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମଞ୍ଚେଶ୍ବର ସ୍ଥିତ ଏକ ଅଟାକଳରୁ 26ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।
ସେହିପରି ଆଇଆରସି ଭିଲେଜ ଗଣପତି ନଗର ବସ୍ତିରୁ 14 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜମହଲ ଛକର ଏକ ନିର୍ମାଣ ସଂସ୍ଥାର 9 କର୍ମଚାରୀ ପଜିଟିଭ୍ ହୋଇଛନ୍ତି । ନୟାପଲ୍ଲୀ ବସ୍ତୁର ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 99 ଜଣ ସୁସ୍ଥ ହୋଇଛନ୍ତି । ନୂତନ 91 ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 1343ରେ ପହଞ୍ଚିଛି। ସେହିପରି 724 ଜଣ ସୁସ୍ଥ ହୋଇଥିବାବେଳେ 606 ଜଣ ଚିକିତ୍ସାଧୀନ ରହିଛନ୍ତି । ରାଜଧାନୀରୁ 11 ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ।