ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 440 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 83, ଗଂଜାମରୁ 68, ବାଲେଶ୍ବରରୁ 49, ମାଲକାନଗିରିରୁ 40, ଜଗତସିଂହପୁରରୁ 23, ଭଦ୍ରକରୁ 21, ମୟୂରଭଂଜରୁ 20, କୋରାପୁଟରୁ 18, ପୁରୀରୁ 17, କଟକରୁ 11, ବରଗଡ଼ରୁ 10 ଜଣ ସୁସ୍ଥ ହୋଇଛନ୍ତି।
ଝାରସୁଗୁଡା, କେନ୍ଦୁଝର ଓ ନବରଙ୍ଗପୁରରୁ 12 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ଅନୁଗୁଳରୁ 9 ଲେଖାଏଁ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ 6 ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର ଓ ସମ୍ବଲପୁରରୁ 5 ଜଣ ଲେଖାଏଁ ଏବଂ ନୟାଗଡ଼ରୁ 4 ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 13 ହଜାର 749ରେ ପହଞ୍ଚିଛି।