ବରଗଡ : ବରଗଡ ଜିଲ୍ଲାରେ ଦିନକୁ ଦିନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି । ଆଜି ରାତି 9ରୁ 28 ତାରିଖ ରାତି 9ଟା ଯାଏ ସଟ୍ଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 299କୁ ବୃଦ୍ଧି ପାଇଛି ।
ବରଗଡ ସବ୍ଡିଭିଜନର 6ଟି ବ୍ଲକ – ଅତାବିରା, ଭେଡେନ, ଭଟଲି, ବରଗଡ, ଅମ୍ବାଭୋନା, ବରପାଲି, ବରଗଡ ମ୍ୟୁନିସିପାଲଟି, ଅତାବିରା ଏନ୍ଏସି, ବରପାଲି ଏନଏସି ଶଟ୍ଡାଉନ୍ ରହିବ । ପଦ୍ମପୁର ଉପଖଣ୍ଡର ପୂରା ସୋହେଲା ବ୍ଲକ, ବିଜେପୁର ବ୍ଲକ ବିଜେପୁର ଏନ୍ଏସି ପଦ୍ମପୁର ଏନ୍ଏସିରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ଡାକ୍ତରଖାନା, ନର୍ସିଂହୋମ୍, ପେଟ୍ରୋଲ୍ ପମ୍ପ, କ୍ଷୀର ଦୋକାନ, ଔଷଧ ଦୋକାନ, ଫଳ ଦୋକାନ, ପନିପରିବା ଓ ଗ୍ରୋସେରୀ ଦୋକାନ ଖୋଲା ରହିବ । ଏହି ସବୁ ଦୋକାନ ସକାଳ 6ରୁ ମଧ୍ୟାହ୍ନ ଗୋଟାଏ ଯାଏ ଖୋଲା ରହିବ । ଏହି ସମସ୍ତ ଦେକାନ ସକାଳ 6ରୁ ମଧ୍ୟାହ୍ନ ଗୋଟାଏ ଯାଏ ଖୋଲା ରହିବ । ବାକି ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ ବନ୍ଦ ରହିବ ।