ଦେଶରେ ଅଣାୟତ୍ତ କରୋନା : ଗତ 24 ଘଣ୍ଟାରେ ସର୍ବାଧିକ 45 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 1129 ମୃତ

Published: Jul 23, 2020, 9:47 am IST

ନୂଆଦିଲ୍ଲୀ :  ଗତ 24 ଘଣ୍ଟାରେ 1129ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 29 ହଜାର 861କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 38 ହଜାର 635ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 45 ହଜାର 720 ଆକ୍ରାନ୍ତ ରହିଥିବାବେଳେ 1129 ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତ 4 ଲକ୍ଷ 26 ହଜାର 167 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 7 ଲକ୍ଷ 82 ହଜାର 606ଜଣ ।

ମହାରାଷ୍ଟ୍ରରେ ସର୍ବାଧିକ 3 ଲକ୍ଷ 37 ହଜାର 607 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 12 ହଜାର 556କୁ ବୃଦ୍ଧି ହୋଇଛି । ଦିଲ୍ଲୀରେ ସେହିପରି 3 ହଜାର 619ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 3 ହଜାର 144 ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 2ହଜାର 224 ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts