କର୍ତ୍ତାରପୁର କରିଡର୍‌କୁ ନେଇ ଦ୍ବିପାକ୍ଷିକ ଆଲୋଚନା : ଏପ୍ରିଲ୍‌ ୨ରେ ଆଗାମୀ ବୈଠକ

Published: Mar 14, 2019, 8:00 pm IST
india pak hold constructive discussion in kartarapur corridor

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧ ମାସ ପରେ ଭାରତ ଓ ପାକିସ୍ତାନ ଅଧିକାରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଭାରତୀୟ ସୀମା ଅନ୍ତର୍ଗତ ଅଟାରୀର ଇଣ୍ଟିଗ୍ରେଟ୍‌ ଚେକ୍‌ ପୋଷ୍ଟ୍‌ ଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଭାରତ ତରଫରୁ ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ଭାରତୀୟ ରାଷ୍ଟ୍ରୀୟ ଉଚ୍ଚ ପ୍ରାଧିକରଣଙ୍କ ସହ ଅନ୍ୟ ସମ୍ବନ୍ଧିତ ବିଭାଗର ଅଧିକାରୀମାନେ ଭାରତର ପ୍ରତିନିଧିତ୍ବ କରିଥିବାବେଳେ ପାକିସ୍ତାନ ତରଫରୁ ବିଦେଶ କାର୍ଯ୍ୟାଳୟର ଦକ୍ଷିଣ ଏସିଆ ମହାନିର୍ଦ୍ଦେଶକ ମୋହମ୍ମଦ ଫୈଜ୍‌ଙ୍କ ୧୮ ଜଣିଆ ସଦସ୍ୟ ଦଳ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ କର୍ତ୍ତାରପୁର ଶିଖ୍‌ କରିଡରକୁ ନେଇ ଆଲୋଚନା ହୋଇଥିଲେ । କର୍ତ୍ତାରପୁର ଶିଖ୍‌ କରିଡର୍‌ ପାଇଁ ଭିସାମୁକ୍ତ ତୀର୍ଥଯାତ୍ରା କରିବା ଦିଗରେ ଦାବି କରିଛି ଭାରତ। ପ୍ରତିଦିନ ୫ ହଜାର ଭାରତୀୟ ଶ୍ରଦ୍ଧାଳୁ ପାକିସ୍ତାନ ଯିବେ ବୋଲି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଉଭୟ ରାଷ୍ଟ୍ର ପକ୍ଷରୁ ଜାରି କରାଯାଇଥିବା ଏକ ମିଳିତ ବିବୃତ୍ତିରେ ଏହି କର୍ତ୍ତାରପୁର ସାହିବ୍‌ କରିଡରର ବିଭିନ୍ନ ଦିଗ ଓ ବ୍ୟବସ୍ଥାକୁ ନେଇ ବ୍ୟାପକ ଏବଂ ଗଠନ ମୂଳକ ଆଲୋଚନା ହୋଇଛି ବୋଲି କୁହାଯାଇଛି । ଆଗାମୀ ବୈଠକରେ ଏହି ପ୍ରସ୍ତାବଗୁଡ଼ିକ ବାବଦରେ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଗାମୀ ବୈଠକ  ଆସନ୍ତା ଏପ୍ରିଲ ୨ ତାରିଖରେ ତାରିଖରେ ହେବାକୁ ନିର୍ଦ୍ଧାରଣ କରାଯାଇଛି।

Related posts