Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାତାଲ୍ ଅଧ୍ୟାପକଙ୍କ କାରନାମା : ମଦ ଦୋକାନରେ ତିର୍ତ୍ତୋଲ କଲେଜ ଅଧ୍ୟାପକଙ୍କ ହଙ୍ଗାମା
ଆଜିର ଖବର

ମାତାଲ୍ ଅଧ୍ୟାପକଙ୍କ କାରନାମା : ମଦ ଦୋକାନରେ ତିର୍ତ୍ତୋଲ କଲେଜ ଅଧ୍ୟାପକଙ୍କ ହଙ୍ଗାମା

July 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : କଲେଜରେ ପାଠପଢିବାକୁ ଆସୁଥିବା ଯୁବପିଢିଙ୍କୁ ଉଚିତ୍ ଶିକ୍ଷାଦାନ କରି ଗଢିତୋଳିବା ଭଳି ଗୁରୁଦାୟିତ୍ୱରେ ଥିବା ଅଧ୍ୟାପକ ନିଜେ ଯଦି ନିଶାସକ୍ତ ଅବସ୍ଥାରେ ମଦ ଦୋକାନରେ ହଙ୍ଗାମା କରନ୍ତି ତେବେ ତାଙ୍କଠାରୁ ଶିକ୍ଷାପ୍ରାପ୍ତ ପାଇଁ ଆସୁଥିବା ଯୁବପିଢିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହିପରି ଏକ ଅଧ୍ୟାପକଙ୍କ କାରନାମା ଏବେ ତିର୍ତ୍ତୋଲ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଭାଇରାଲ୍ ହେଉଥିବା ଉକ୍ତ ଭିଡିଓରେ ହଙ୍ଗାମା କରୁଥିବା ଏହି ବ୍ୟକ୍ତି ଜଣକ ତିର୍ତ୍ତୋଲ କଲେଜର ଇଂରାଜୀ ଅଧ୍ୟାପକ ବୋଲି କୁହାଯାଉଛି। ମଣିଜଙ୍ଗା ସ୍ଥିତ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନରେ ତିର୍ତ୍ତୋଲ କଲେଜର ଏହି ଅଧ୍ୟାପକ ଜଣକ ହଙ୍ଗାମା କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ ତିର୍ତ୍ତୋଲ କଲେଜର ଏହି ଅଧ୍ୟାପକ ଜଣକ ନିଶାସକ୍ତ ଅବସ୍ଥାରେ କିଛି ଯୁବକଙ୍କୁ ସାଥିରେ ନେଇ ମଣିଜଙ୍ଗା ସ୍ଥିତ ଏକ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନରେ ପହଞ୍ଚି ହଙ୍ଗାମା କରିବା ସହିତ ମଦ ଦୋକାନର ସେଲ୍ସ ମ୍ୟାନକୁ ଗ୍ରିଲ୍ ବାଟେ ହାତଗଳେଇ ମାଡ ମାରିବାକୁ ଚେଷ୍ଟା କରୁଥିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି। ଏପରିକି ଏହି ଅଧ୍ୟାପକ ଜଣକ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିବା ଶୁଣିବାକୁ ମିଳୁଛି। ଆଜି କାଲିର କଲେଜ୍ ପଢୁଆ ଯୁବକମାନେ ସୁପଥଗାମୀ ହେବା ପରିବର୍ତ୍ତେ ଏହିପରି କିଛି ମାତାଲ୍ ଅଧ୍ୟାପକଙ୍କ ଯୋଗୁଁ ପଥଭ୍ରଷ୍ଟ ହେଉଥିବା କୁହାଯାଉଛି।

ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦୃଢ ନିନ୍ଦା କରାଯିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ କରାଯାଇ ଉକ୍ତ ଅଧ୍ୟାପକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଦାବି ହେଉଛି ।ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ

October 13, 2025

ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

October 13, 2025

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025
Latest News

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ

October 13, 2025

ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

October 13, 2025

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.