Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚାରେ ବାପ-ପୁଅ ପଲଟିକ୍ସ
ଆଜିର ଖବର

ଚର୍ଚ୍ଚାରେ ବାପ-ପୁଅ ପଲଟିକ୍ସ

March 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁତ୍ର ସମ୍ବିତ୍‌ ରାଉତରାୟଙ୍କୁ ନେଇ ଏବେ ରାଜନୀତି ବେଶ୍‌ ସରଗରମ୍‌। କିଛିଦିନ ହେବ ଦାମ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ତେବେ ତାଙ୍କ ପୁତ୍ର ସମ୍ବିତ୍‌ ବିଜେଡ଼ିରେ ଟିକେଟ୍‌ ପାଇବାକୁ ଆଶାୟୀ ଥିବାବେଳେ ଦାମୋଦରଙ୍କ ଆଭିମୁଖ୍ୟକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରୁନଥିଲା। ତେବେ ଦାମୋଦର ରାଉତ  ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ତାଙ୍କର ନୈତିକତା ଆଗରେ ପାରିବାରିକ ମୋହ କୌଣସି ଗୁରୁତ୍ୱ ବହନ କରେନି ବୋଲି ସ୍ପଷ୍ଟ କରିଛନ୍ତି। ବିଜେଡି ଏବେ ହୀନ ରାଜନୀତି କରି କ୍ଷମତାର ଲୋଭ ଦେଖାଇ ପିତା-ପୁତ୍ରଙ୍କ ମଧ୍ୟରେ ଫାଟ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।  ଡାକ୍ତର ରାଉତ ସମ୍ଭବତଃ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଆଜି ନବୀନ ନିବାସ ଯାଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେ ପାରାଦୀପରୁ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ମାନିନେବେ।  ପିତାଙ୍କ ବିଷୟରେ ସେ ବହୁତ ସ୍ବାଭିମାନୀ ବୋଲି କହିଛନ୍ତି। ତେବେ ଦାମୋଦର ରାଉତ ବିଜେଡ଼ିକୁ କଡ଼ା ସମାଲୋଚନା କରି କହିଛନ୍ତି ଛେପ ଢୋକିବା ଲୋକ ସେ ନୁହଁନ୍ତି। ବିଜେଡି ଏବେ ନବୀନ ନିବାସର ଅକ୍ଷୟ ଓ କାଳିଆ ଏବଂ ପାଣ୍ଡିଆନ ଓ ବବି ଦାସ ମଧ୍ୟରେ ସୀମିତ ହୋଇଯାଇଛି। ତାଙ୍କୁ ଦିଆଯାଇଥିବା ଅପମାନର ସେ ପ୍ରତିଶୋଧ ନେବେ। ଏଥିପାଇଁ ସେ କାହାକଥା ମଧ୍ୟ ଶୁଣିବେନି। ୨୦୧୯ରେ ନବୀନଙ୍କୁ ଶାସନରୁ ବିଦା କରିବା ପାଇଁ ସେ ଲଢ଼େଇ ଜାରି ରଖିବେ। ଏହି ଲଢ଼େଇ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ହେବ ବୋଲି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି। ଶେଷ ନିଃଶ୍ବାସ ଥିବା ଯାଏ ସେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି। ବିଜେଡ଼ି ତରଫରୁ ତାଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ପାରାଦ୍ବୀପରୁ ଟିକେଟ୍‌ ଓ ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ମେୟର କରାଯିବ ବୋଲି ବିଜେଡ଼ି ଶିବିରରେ ବେଶ୍‌ ଚର୍ଚ୍ଚା ଚାଲିଛି।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼ ଓ ଅମ୍ବାପାଲ୍ଲୀ

December 30, 2025

ନାରଦୀୟ ଜ୍ୟୋତିଷ ସଂହିତା ଓ ସାମା ପାଞ୍ଚ ତତ୍ତ୍ୱ ପୂଜା ବିଧାନମ” ଗ୍ରନ୍ଥ ଉନ୍ମୋଚନ

December 30, 2025

ବାଲୁଗାଁ ଚିଲିକା କୂଳରେ ପୋଲିସ ସହାୟତା କେନ୍ଦ୍ରକୁ ଉଦଘାଟନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

December 30, 2025

ଆଜି ଡିସେମ୍ବର ୩୦ ତାରିଖ ମଙ୍ଗଳବାର, ଚାରୋଟି ରାଶି ପାଇଁ ରହିଛି ବଡ ଖବର, ଜାଣନ୍ତୁ କଣ

December 30, 2025
Latest News

ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼ ଓ ଅମ୍ବାପାଲ୍ଲୀ

December 30, 2025

ନାରଦୀୟ ଜ୍ୟୋତିଷ ସଂହିତା ଓ ସାମା ପାଞ୍ଚ ତତ୍ତ୍ୱ ପୂଜା ବିଧାନମ” ଗ୍ରନ୍ଥ ଉନ୍ମୋଚନ

December 30, 2025

ନୂଆବର୍ଷ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହେଲା କଡ଼ା କଟକଣା

December 30, 2025

ବାଲୁଗାଁ ଚିଲିକା କୂଳରେ ପୋଲିସ ସହାୟତା କେନ୍ଦ୍ରକୁ ଉଦଘାଟନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

December 30, 2025

ଆଜି ଡିସେମ୍ବର ୩୦ ତାରିଖ ମଙ୍ଗଳବାର, ଚାରୋଟି ରାଶି ପାଇଁ ରହିଛି ବଡ ଖବର, ଜାଣନ୍ତୁ କଣ

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.