ପିଣ୍ଟୁ ବିଷୋୟୀ
କୋଦଳା –ଗଞ୍ଜାମ ଜିଲ୍ଲା କୋଦଳା ସବ୍ ଜେଲରେ ଡାକ୍ତରୀ ଟିମ ସମସ୍ତ ୧୩ ଜଣ କର୍ମକର୍ତ୍ତା ସମେତ ୬୦ ଜଣ ବିଚାରାଧୀନ କଏଦୀଙ୍କ ଆଣ୍ଟିଜେନ ଟେଷ୍ଟ କରିଥିବା ଜଣାପଡ଼ିଛି ।
କୋଦଳା ସବ୍ ଜେଲରେ ୧୧୬ ଜଣ କଏଦୀଙ୍କ ରହିବା ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ୮ ଜଣ ମହିଳା କଏଦୀ ଙ୍କୁ ମିଶାଇ ୨୫୪ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ବିଭିନ୍ନ ରୋଗ ଲକ୍ଷଣ ଥିବା ୬୦ ଜଣ କଏଦୀ ଙ୍କ ଡାକ୍ତରୀ ଟିମ୍ ଦ୍ଵାରା ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ଜେଲ୍ ସୁପରିଟେଣ୍ଡେଣ୍ଟ ବିଭେନ୍ଦୁ ଭୂୟାଁ କହିଥିବା ବେଳେ ସେମାନଙ୍କ ରିପୋର୍ଟ ସରକାରୀ ଭାବେ ମିଳିନଥିବା ପ୍ରକାଶ କରିଛନ୍ତି ।
ଜେଲର ଶ୍ରୀ ଭୂୟାଁ ଙ୍କ କହିବା ମୁତାବକ ସେମାନଙ୍କ ରିପୋର୍ଟ ପାଇବା ପରେ ଉଚ୍ଚ ପଦସ୍ଥ ଅଫିସରଙ୍କ ନିର୍ଦ୍ଦେଶ ଅନୁଯାଇ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ।ବେସରକାରୀ ସୂତ୍ରରୁ ସୂଚନା ମୁତାବକ ୬୦ଜଣ ଙ୍କ ମଧ୍ୟରୁ ୧୨ ଜଣ ଙ୍କ ରିପୋର୍ଟ୍ ପଜିଟିଭ ବୋଲି ସୂଚନା ରହିଛି ।
Tags: