Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ଲାଜମା ଦେଲା ନୂଆ ଜୀବନ : କଟକର 48 ବର୍ଷୀୟା ମହିଳା ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ
ଆଜିର ଖବର

ପ୍ଲାଜମା ଦେଲା ନୂଆ ଜୀବନ : କଟକର 48 ବର୍ଷୀୟା ମହିଳା ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ

July 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ ପ୍ରଥମେ ପ୍ଲାଜମା ନେଇଥିବା ରୋଗୀ ପୁରା ସୁସ୍ଥ ହୋଇଛନ୍ତି । କଟକର ଜଣେ 48 ବର୍ଷୀୟା ମହିଳା ପ୍ଲାଜ୍‌ମା ନେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସମ୍ପୃର୍ଣ୍ଣ ସୁସ୍ଥ ସମ୍ପୃକ୍ତା ମହିଳାଙ୍କୁ ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗସୂତ୍ରରୁ ସୂଚନା ଦିଆଯାଇଛି ।ପ୍ଲାଜ୍‌ମା ନେବା ପରେ ସମସ୍ତେ ଦ୍ରୁତ ଆରୋଗ୍ୟ ହେଉଥିବା ସୂଚନା ରହିଛି ।

ଓଡ଼ିଶାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାର ଚାରୋଟି ପ୍ରମୁଖ ଅନୁଷ୍ଠାନ ଯଥା କଟକ ଏସ୍‌ସିବି ମେଡିକାଲ କଲେଜ, ଅଶ୍ବିନୀ ହସ୍ପିଟାଲ, ଆଇଏମ୍‌ଏସ୍ ସମ୍ ହସ୍ପିଟାଲ ଓ କିମ୍‌ସ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ 6ଜଣ ଗୁରୁତରଙ୍କୁ ପ୍ଲାଜମା ଦିଆଯାଇଥିଲା । ଏହି ଥେରାପି ଓଡ଼ିଶାରେ ସଫଳ ହୋଇଛି ।

ଅପରପକ୍ଷରେ ରାଜ୍ୟ ସରକାର କରୋନାରୁ ସୁରକ୍ଷିତ ରହିବାକୁ 5ଟି ଫର୍ମୁଲା ଦେଇଛନ୍ତି । ଲକ୍ଷଣ ନ ଲୁଚାଇ ଟେଷ୍ଟିଂ କରନ୍ତୁ ବୋଲି ନିବେଦନ କରିଛନ୍ତି ରାଜ୍ୟ ସରକାର । ସେହିପରି କରୋନା ଆରୋଗ୍ୟ ପ୍ଲାଜ୍‌ମା ଦାନ କରନ୍ତୁ । ସେହିପରି ପ୍ଲାଜ୍‌ମା ଦାନ କରିବାକୁ ଆସୁଥିବା ଲୋକଙ୍କ ଖର୍ଚ୍ଚ ସରକାର ବହନ କରିବା ସହିତ ସରକାରଙ୍କ ତରଫରୁ ତାଙ୍କୁ ଏକ ପ୍ରଶଂସା ପତ୍ର ଦିଆଯିବ ବୋଲି ସୂଚନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Latest News

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.