ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ କୋରୋନା ଆକ୍ରାନ୍ତ

Published: Jul 24, 2020, 5:33 pm IST

ଲକ୍ଷ୍ନୌ, ଶୁକ୍ରବାର ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ସେ ଲକ୍ଷ୍ନୌ ସ୍ଥିତ ନିଜ ବାସଭବନରେ ସଂଗରୋଧରେ ରହିଛନ୍ତି ।

ସିଂହ ସାମାନ୍ୟ ଜ୍ୱରରେ ପୀଡିତ ଥିଲେ । ଏହା ପରେ ସେ କୋରୋନା ପରୀକ୍ଷା ପରେ ପଜିଟିଭ୍ ଥିବା ଜଣାପଡିଛି। ଏହାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ସ୍ବାବ ଲକ୍ଷ୍ନୌର କେଜିଏମୟୁ ଲ୍ୟାବକୁ ମଧ୍ୟ ପଠାଯାଇଛି । ମାର୍ଚ୍ଚରେ ବଲିଉଡ ଗାୟକ କନିକା କପୁର ଯୋଗଦେଇଥିବା ଏକ ପାର୍ଟିରେ ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ପରେ କନିକା କପୁର କୋରୋନାରେ ଆକ୍ରାନ୍ତ ହୋବାପରେ ମନ୍ତ୍ରୀ ସଂଗରୋଧରେ ରହିଥିଲେ । ତେବେ ମନ୍ତ୍ରୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । (ଏଜେନସି)

Related posts