ନୂଆଦିଲ୍ଲୀ, ଏ ପର୍ଯ୍ୟନ୍ତ ୧,୫୪,୨୮,୧୭୦ କୋଭିଡ-୧୯ ନମୁନା ପରୀକ୍ଷା କରାଯାଇଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ୩,୫୨,୮୦୧ ନମୁନା ପରୀକ୍ଷା କରାଯାଇଛି। ସେହି ଅନୁସାରେ ଦେଶରେ ଏବେ ୧୦ ଲକ୍ଷ ଜନସଂଖ୍ୟାରେ ୧୧୧୭୯.୮୩ ନମୁନା ପରୀକ୍ଷା କରାଯାଉଛି, ଯାହା ପରୀକ୍ଷାଗାରର ବ୍ୟାପକ ବୃଦ୍ଧି ଯୋଗୁଁ ସମ୍ଭବ ହୋଇପାରିଛି।
ବର୍ତ୍ତମାନ ସୁଦ୍ଧା ୧୨୯୦ଟି ପରୀକ୍ଷାଗାରରେ ଏହି ପରୀକ୍ଷଣ କରାଯାଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟ ଯୋଗୁଁ ବିଭିନ୍ନ ପଦ୍ଧତିରେ ଏହି ପରୀକ୍ଷଣ ହେଉଛି। ଆଇସିଏମଆର ଦ୍ଵାରା ସ୍ଵୀକୃତ ଆରଟି-ପିସିଆର ପରୀକ୍ଷାଗାର ଅତ୍ୟାଧୁନିକ ନମୁନା ପରୀକ୍ଷଣରେ ମୁଖ୍ୟ ଆୟୁଦ୍ଧ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ସରକାରୀ କ୍ଷେତ୍ରରେ ୮୯୭ ଓ ଘରୋଇ କ୍ଷେତ୍ରରେ ୩୯୩ଟି ପରୀକ୍ଷାଗାର କାର୍ୟ୍ୟ କରୁଛି।