ଦିନକରେ ଦେଶରେ 48 ହଜାର 661 ଆକ୍ରାନ୍ତ, 705 ମୃତ

Published: Jul 26, 2020, 10:17 am IST

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 48 ହଜାର 661ଜଣ ଆକ୍ରାନ୍ତ ହୋଇଥିବାବେଳେ 705 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 32 ହଜାର 63କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 85 ହଜାର 522ରେ ପହଞ୍ଚିଛି । ଦେଶରେ ଏପର୍ଯ୍ୟନ୍ତ ଆକ୍ଟିଭ୍‌ କେସ୍‌ ରହିଛି 4 ଲକ୍ଷ 67 ହଜାର 882 । ସୁସ୍ଥ ହୋଇଛନ୍ତି 8 ଲକ୍ଷ 85 ହଜାର 576ଜଣ । ମହରାଷ୍ଟ୍ରରେ 3 ଲକ୍ଷ 66 ହଜାର 368ଜଣ ଆକ୍ରାନ୍ତ ରହିଥିବାବେଳେ 13 ହଜାର 389ଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ 3 ହଜାର 806ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 3 ହଜାର 409, ଗୁଜୁରାଟରେ 2 ହଜାର 300ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts