ପ୍ରବଳ ବର୍ଷା ନେଲା ଜୀବନ : ବର୍ଷା ପାଣିରେ ଅଟୋ ଭାସିଗଲା, ଅଟୋରେ ବସିଥିବା ମହିଳାଙ୍କ ଜୀବନ ଗଲା

Published: Jul 26, 2020, 3:05 pm IST

ତେଲେଙ୍ଗାନା : ଦେଶରେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଥିବାବେଳେ ବର୍ଷା ବିତ୍ପାତ ମଧ୍ୟ ଦେଶର କିଛି ସ୍ଥାନରେ ବିପତ୍ତି ସୃଷ୍ଟି କରୁଛି। ଆସାମ ଓ ବିହାରରେ ବର୍ଷା ଯୋଗୁଁ ଧନଜୀବନ ନଷ୍ଟ ହେଉଥିବାବେଳେ ଏଥିରେ ଶତାଧିକ ଲୋକେ ପ୍ରଭାବିତ ହୋଇଛନ୍ତି ।  ତେଲେଙ୍ଗାନାଠାରେ ଜୋର୍‌ ବର୍ଷା ପାଣିରେ ଭାସି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ୟାଦ୍ରାଦି ଭୁବନଗିରି ଜିଲ୍ଲାର ମୁସି ନଦୀରେ ଉପରେ ଜଳ ପ୍ରବାହିତ ହେଉଛନ୍ତି । ଏହି କାରଣରୁ ୟାତାୟତ ମଧ୍ୟ ପ୍ରଭାବିତ ହେଉଛି । ରାଜ୍ୟରେ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ନେଲଗୋଣ୍ଡା ଜିଲ୍ଲା, ଦେବରକୋଣ୍ଡା ନିର୍ବାଚନ କ୍ଷେତ୍ର, ଚିନ୍ତାପଲ୍ଲୀ ମଣ୍ଡଳ ଓ କିସ୍ତରାମପଲ୍ଲୀ ଗ୍ରାମରେ ବନ୍ୟା ଆସିଛି ।

ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନା ନଲଗୋଣ୍ଡା ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନରେ ଏକ ଅଟୋ ଫସି ଯାଇଥିଲା । ଏହି ଅଟୋରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ରାମଲୁମ୍ମା । ବର୍ଷା ଜଳରେ ଅଟୋଟି ଭାସି ଯିବା ଯୋଗୁଁ ମହିଳାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

Related posts