ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : “ବୃକ୍ଷ ବିହୁନେ ମାଟି କ୍ଷୟ ବନ୍ୟା ମରୁଡି ବିପର୍ଯ୍ୟାୟ” ଏଭଳି ସ୍ଲୋଗାନରେ ସିମୀତ ହୋଇ ରହୁଛି ବୃକ୍ଷ ସୁରକ୍ଷା ଅଭିଯାନ । ପ୍ରତି ବର୍ଷ ସରକାରୀ ଓ ବେସରକାରୀ ଅନୁଷ୍ଟାନ ତରଫରୁ ଲକ୍ଷ ଲକ୍ଷ ଚାରା ରୋପଣ କରାଯାଉଛି ଅନ୍ୟ ପଟେ ଉନ୍ନତିକରଣ ନାମରେ ଶହ ଶହ ବୃକ୍ଷ ଛେଦନ ହେଉଛି ।ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ସହରରେ ନିତି ଦିନିଆ ।
ରାସ୍ତା ସମ୍ପ୍ରସାରଣ ନାମରେ ଶହଶହ ବୃକ୍ଷ ବଳି ପଡୁଛି ଯାହାକି ପରିବେଶ ଉପରେ କୁ ପ୍ରଭାବ ପଡୁଛି ।ବ୍ରହ୍ମପୁର ହରିଡାଖଣ୍ଡି ଠାରୁ ଅନ୍ଧପସରା ରାସ୍ତା ସମ୍ପ୍ରସାରଣ ହେଉଅଛି ଶହ ଶହ ବୃକ୍ଷ କଟା ଯାଇକି , ସେଥିମଧ୍ୟରେ ବହୁତ ଶତାୟୁ ବର ଗଛ ମଧ୍ୟ ବଳି ପଡିଛି । କିଛି ଦିନ ତଳେ ହରିଡାଖଣ୍ଡି ଷ୍ଚେଟ୍ ବ୍ୟାଙ୍କ ପାଶ୍ବରେ ଥିବା ଶତାୟୁ ବର ଗଛ ଉପରେ ଲୋଲୁପ ଦୃଷ୍ଚି ପଡିଥିଲା ବିଦ୍ୟୁତ ବିଭାଗର ସେଠାରେ ଥିବା ବୃକ୍ଷ ହାଣି ଟ୍ରାନ୍ସଫରମର ବସାଇବା ଯୋଜନା ଆରମ୍ଭ କରିଥିଲେ , ଏହାକୁ ବ୍ରହ୍ମପୁର ସବୁଜ ବାହିନୀ,ପରିବେଶବିତ୍ ସମେତ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । କିଛି ଦିନ ନିରବ ରହିବା ପରେ ରାତାରାତି ବେଆଇନ ଭାବେ ଗଛ ହାଣିବାରେ ଲାଗିଲେ,ଏହା ବିରୋଧରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ।
ଏହାର ତଦନ୍ତ ନିର୍ଦ୍ଦେଶ ରେଞ୍ଜରକୁ ଦିଆଯାଇଥିଲା । ବ୍ରହ୍ମପୁର ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ,ଆଇନ ପରାମର୍ଶଦାତା ଓ ଭେଦିକ୍ କ୍ଲବର ସଦସ୍ୟ ସତିଶ୍ ପାଣିଗ୍ରାହୀ,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର,ବିଦ୍ୟୁତ ବିଭାଗ,ପୁର୍ତ୍ତ ବିଭାଗ ,ରାଜସ୍ବ ବିଭାଗ,ଓଡିଶା ବନ ଉନ୍ନୟନ ନିଗମ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା ।
ଉକ୍ତ କମିଟି ଅନୁଧ୍ୟାନ କରି ଟ୍ରାନ୍ସଫରମର ପୂର୍ବ ନିର୍ଦ୍ଧାରିତ ସ୍ଥାନରୁ ବାର ଫୁଟ ଦୁରରେ ସ୍ଥାପନ ପାଇଁ ନିଷ୍ପତି ନିଆଯାଇଛି ଯାହାକି ପରିବେଶପ୍ରେମୀ ମାନଙ୍କ ଏକ ବଡ ବିଜୟ ହାସଲ ହୋଇଛି ।