Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିଲ୍ମ ଫ୍ରାଇଡେ’ରେ ଫଟୋଗ୍ରାଫ ଓ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର୍‌’
ଆଜିର ଖବର

ଫିଲ୍ମ ଫ୍ରାଇଡେ’ରେ ଫଟୋଗ୍ରାଫ ଓ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର୍‌’

March 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
mere prime minister and photofraph in film friday
mere prime minister and photofraph in film friday

ବଲିଉଡ୍‌ ଅଭିନେତା ନଓ୍ବାଜ୍‌ ଉଦ୍ଦିନ୍‌ ସିଦ୍ଧିକି ଓ ସାନ୍ୟା ମାଲହୋତ୍ରାଙ୍କ ସିନେମା ‘ଫଟୋଗ୍ରାଫ୍‌’ ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ରିତେଶ ବାତ୍ରା ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି  ୬୯ତମ ଅନ୍ତର୍ଜାତୀୟ ବର୍ଲିନ୍‌  ଫିଲ୍ମୋତ୍ସବରେ ଏହାର ପ୍ରିମିୟର୍‌ ପ୍ରଦର୍ଶିତ ହୋଇଥିଲା। ଏହା ପ୍ରଥମେ ମାର୍ଚ୍ଚ ୮ ତାରିଖରେ ରିଲିଜ୍‌ ହେବାକୁ ରହିଥିଲା। ଏହି ଫିଲ୍ମ ଭାରତ ସମେତ ୟୁକେ, ୟୁଏସ୍‌ଏ, ସ୍ପେନ୍‌, ଫ୍ରାନ୍ସ ଓ ଅଷ୍ଟ୍ରେଲିଆରେ ମଧ୍ୟ ରିଲିଜ୍‌ ହେଉଛି। ଏହି ଫିଲ୍ମରେ ନଓ୍ବାଜ୍‌ଉଦ୍ଦିନ୍‌ ଫଟୋଗ୍ରାରଫର୍‌ ରଫି ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମରେ କିମ୍ବଦନ୍ତୀ ଗାୟ ରଫିଙ୍କର ଏକ ଲୋକପ୍ରିୟ ଗୀତ ’ତୁମ୍‌ନେ ମୁଝ୍‌କୋ ଦେଖା’ କୁ ମୂଳ ସଙ୍ଗୀତ ସହ ବ୍ୟବହାର କରାଯାଇଛି। ତେବେ ଏହି ଫିଲ୍ମର ପ୍ରିମି୍ୟର୍‌କୁ  ବେଶ୍‌ ପସନ୍ଦ କରାଯାଇଥିଲା। ଏହି ଫିଲ୍ମ ସହିତ ରାକେଶ୍‌ ଓମ୍‌ ପ୍ରକାଶ ମେହେରାଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର୍‌’ ରିଲିଜ୍‌ ହୋଇଛି। ସାମାଜିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ଟ୍ରେଲର୍‌କୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି।  ଏହି ଫିଲ୍ମରେ ଅଞ୍ଜଳି ପାଟିଲ୍‌, ମକରନ୍ଦ ଦେଶପାଣ୍ଡ, ଅତୁଲ୍‌ କୁଲ୍‌କର୍ଣ୍ଣୀ ପ୍ରମୁଖ ଅଭିନୟ କରିଛନ୍ତି। ଜଣେ ୮ ବର୍ଷର ଶିଶୁ ତା’ ମାଆ ପାଇଁ ଶୌଚାଳୟ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖୁଛି।  ଶୌଚାଳୟ ନଥିବାରୁ ଖୋଲାର ଶୌଚ ହେବାରୁ ତା’ ମା’ ସହ ଘଟୁଥିବା ଦୁଷ୍କର୍ମକୁ ନେଇ ସେ ବିବ୍ରତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ବିଷୟରେ ଅବଗତ କରାଉଛି, ପ୍ରଧାନମନ୍ତ୍ରୀ କ’ଣ ତା’ ଚିଠି ପାଉଛନ୍ତି, ସେ କ’ଣ ଶୌଚାଳୟ ତିଆରି କରିବାରେ ସଫଳ ହେଉଛି, ଏ ସମସ୍ତ ପ୍ରଶ୍ନର ଉତ୍ତର ଏହି ଫିଲ୍ମରେ ରହିଛି। ତେବେ ପରଦା ଉପରେ ଦୁଇଟି ଭିନ୍ନ ଭିନ୍ନ କାହାଣୀକୁ ନେଇ ଫଟୋଗ୍ରାଫ ଓ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର୍‌’ ରିଲିଜ୍‌ ହୋଇ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିବ ନିଶ୍ଚୟ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026
Latest News

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.