ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବାକୁ ଶେଷରେ ରାଜ୍ୟପାଳ ଦେଲେ ନିର୍ଦ୍ଦେଶ

Published: Jul 27, 2020, 4:23 pm IST

ଜୟପୁର, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁ କଥା ଜଣାଇବା କଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ପ୍ରକାଶ କରିବାର କିଛି ଘଣ୍ଟା ପରେ ରାଜ୍ୟ ରାଜନୀତି ଆଉ ଏକ ମୋଡ ନେଇଛି। ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କାଲରାଜ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଅଧିବେଶନ ନ ଡାକିବା ନେଇ କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ଅଧିବେଶନ ଡାକିବା ନେଇ ରାଜଭବନ ପକ୍ଷରୁ ରାଜ୍ୟ ସରକାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଯଦି ରାଜ୍ୟ ସରକାର 21 ଦିନିଆ ନୋଟିସ ପାଇଁ ରାଜି ହୁଅନ୍ତି ତେବେ ଅଧିବେଶନ ଡକାଯାଇ ପାରିବ।

ଗେହଲଟ ସରକାରଙ୍କ ପକ୍ଷରୁ ବିଧାନସଭା ଅଧିବେଶନ ଡକାଇବାର ପ୍ରସ୍ତାବକୁ ମାନି ନେଇଛନ୍ତି ରାଜ୍ୟପାଳ । ପୂର୍ବରୁ ସରକାରଙ୍କୁ ପକ୍ଷରୁ ପଠାଯାଇଥିବା ପ୍ରସ୍ତବକୁ ଫେରାଇ ଦେଇଥିଲେ ରାଜ୍ୟପାଳ । ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଏ ବିଷୟ ଉପରେ ଆପତ୍ତି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

Related posts