ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ସୋନିଆ ଗାନ୍ଧି ଭର୍ତ୍ତି ହୋଇଛନ୍ତି । ତେବେ ସେ ରୁଟିନ୍ ଚେକ୍ଅପ୍ ପାଇଁ ହସ୍ପିଟାଲ ଯାଇଥିବାର ସୂଚନା ରହିଛି ।
ସାର ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ଡିଏସ୍ ରାନା କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ସନ୍ଧ୍ୟା 7ଟାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ତାଙ୍କର ରୁଟିନ୍ ଚେକଅପ୍ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଚେକଅପ୍ କରାଯିବ । ତେବେ ତାଙ୍କର ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ରହିଛି ।