Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଅଞ୍ଚଳରୁ ଫେରିଥିବାରୁ ବାରଣ : ବସ୍‌ ଷ୍ଟପେଜ୍‌ର ରେଷ୍ଟ ସେଡ୍‌ରେ ପଡି ରହିଛନ୍ତି ଦୁଇ ଗ୍ରାମବାସୀ
ଆଜିର ଖବର

କରୋନା ଅଞ୍ଚଳରୁ ଫେରିଥିବାରୁ ବାରଣ : ବସ୍‌ ଷ୍ଟପେଜ୍‌ର ରେଷ୍ଟ ସେଡ୍‌ରେ ପଡି ରହିଛନ୍ତି ଦୁଇ ଗ୍ରାମବାସୀ

July 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାୟଗଡା : କରୋନା ପାଇଁ ମଣିଷ ନିଜର ମାନବିକତାକୁ ଭୁଲିଯାଇଛି । ଏପରିକି ତା’ ଭିତରେ ଦୟା, ଉଦାରତା ପରି ଭାବନାଗୁଡିକ ମଧ୍ୟ ଉଭେଇ ଗଲାଣି । କରୋନା ଏବେ ଆମକୁ ଅସଭ୍ୟ ଓ ଅଶିକ୍ଷିତ କରି ସାରିଲାଣି । କରୋନାକୁ ଭୟ କରିବା ସହିତ ଆମେ ଲୋକଙ୍କୁ ଘୃଣା କରିବା ଆରମ୍ଭ କଲେଣି । କରୋନା ଯୋଗୁଁ ଆମ ସଭ୍ୟ ଶିକ୍ଷିତ ସମାଜ ନିମ୍ନଗାମୀ ହୋଇପଡିଛି । କରୋନା ଯୋଗୁଁ ଆମ ଭିତରେ ସୃଷ୍ଟି ହୋଇଥିବା ଅମାନବିକତା ଆମକୁ ଦିନକୁ ଦିନ ତଳକୁ ନେଉଥିବାବେଳେ ଆମେ ଏହାକୁ ଅଣଦେଖା କରି ଚାଲିଛୁ । କରୋନା ପରିସ୍ଥିତିରେ ଏକ ଅମାନବୀୟ ଘଟଣା ରାୟଗଡା ଜିଲ୍ଲାରୁ ନଜରକୁ ଆସିଛି । ରୋଗଙ୍କୁ ଘୃଣା କରିବା ଦରକାର, ରୋଗୀକୁ ନୁହେଁ । ଏଠି କିନ୍ତୁ ପରିସ୍ଥିତି ଓଲଟା ହେଉଛି । ରୋଗୀ, କି ରୋଗ ନୁହେଁ ବରଂ ପ୍ରଭାବିତ ଅଞ୍ଚଳକୁ ଯାଇଥିବା ନିଜର ଲୋକଙ୍କୁ ଏଠାରେ ଘୃଣା ସହିତ ଦୁର୍ବ୍ୟବହାର କରାଯାଉଛି । ଏଠାରେ  କରୋନା ପ୍ରବଣ ଅଞ୍ଚଳରୁ ଫେରିଥିବାରୁ ଦୁଇ ଗ୍ରାମାବାସୀଙ୍କ ପ୍ରବେଶକୁ ଗାଁ ଲୋକେ ବାରଣ କରିଛନ୍ତି । ଗାଁ ମୁଣ୍ଡ ବସ୍‌ ଷ୍ଟପେଜ୍‌ର ରେଷ୍ଟ ସେଡ୍‌ରେ ପଡି ରହିଛନ୍ତି ଦୁଇ ଗ୍ରାମବାସୀ । ଗାଁର ଜଣେ ଅନାଥ ପିଲାଙ୍କୁ ଚିକିତ୍ସା ପାଇଁ ନେଇଥିଲେ ଅନ୍ୟ ଜଣେ ଗ୍ରାମବାସୀ । ଚିକିତ୍ସା ପାଇଁ ଗ୍ରାମବାସୀ ଗାଁରୁ ରାୟଗଡା, ଭୁବନେଶ୍ବର ଓ କଟକ ଯାଇ ଫେରିଥିବା ଯୋଗୁଁ ତାଙ୍କ ପ୍ରବେଶ କରାଇ ଦେଉନାହାନ୍ତି ଗ୍ରାମବାସୀ ।

ସାଧାରଣତଃ ଗ୍ରାମମାନଙ୍କରେ ଭାଇଚାରା ଓ ସାହାଯ୍ୟପଣ ଅଧିକ ଦେଖିବାକୁ ମିଳିଥାଏ । କାହାର କିଛି ହେଲେ ଗ୍ରାମବାସୀମାନେ ସାଙ୍ଗରେ ଠିଆ ହୋଇଥାନ୍ତି । କିନ୍ତୁ କରୋନା ଏବେ ଏହି ସରଳ ଗ୍ରାମବାସୀଙ୍କ ମନରେ ମଧ୍ୟ ନକାରତ୍ମକତା ଭରି ଦେଇଛି । ଯେଉଁ ଗ୍ରାମବାସୀମାନେ ଟିକିଏ କିଛି ହେଲେ ଦଉଡି ଆସୁଥିଲେ ଏବେ ସେହି ଗ୍ରାମବାସୀମାନେ ସହରରୁ ଫେରୁଥିବା ଯୋଗୁଁ ନାକ ଟେକିବା ଯୋଗୁଁ ଗାଁ ଦାଣ୍ଡରେ ପ୍ରବେଶ କରାଇ ଦେଉନାହାନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ “ପାର୍ଶ୍ଵସ୍ରୋତ” ଉନମୋଚିତ

January 28, 2026

India’s Regional PR Awards: ଆଡ୍‌ଭେଣ୍ଟୋ କମ୍ୟୁନିକେଶନ୍ସକୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ

January 28, 2026

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ “ପାର୍ଶ୍ଵସ୍ରୋତ” ଉନମୋଚିତ

January 28, 2026

India’s Regional PR Awards: ଆଡ୍‌ଭେଣ୍ଟୋ କମ୍ୟୁନିକେଶନ୍ସକୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ

January 28, 2026

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଭାରତ-ଇୟୁ ବାଣିଜ୍ୟ ଚୁକ୍ତିନାମା: ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.