Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏହି ରାଜ୍ୟରେ ଜେଲ୍‌ରେ ଖୋଲିବ ପେଟ୍ରୋଲ୍‌ ପମ୍ପ୍‌, କର୍ମଚାରୀ ରୂପେ କାର୍ଯ୍ୟ କରିବେ କଏଦୀ
ଆଜିର ଖବର

ଏହି ରାଜ୍ୟରେ ଜେଲ୍‌ରେ ଖୋଲିବ ପେଟ୍ରୋଲ୍‌ ପମ୍ପ୍‌, କର୍ମଚାରୀ ରୂପେ କାର୍ଯ୍ୟ କରିବେ କଏଦୀ

July 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତିରଅନନ୍ତପୁରମ୍‌ :  ସର୍ବଦା ଭିନ୍ନ ଭିନ୍ନ ଉପାୟ ବାହାର କରି ଚର୍ଚ୍ଚାରେ ରହୁଥିବା କେରଳ ରାଜ୍ୟ ଏବେ କଏଦୀଙ୍କ ପାଇଁ ଏକ ଅଭିନବ ଉପାୟ ବାହାର କରିଛି । ଜେଲ୍‌ରେ ରହୁଥିବା କଏଦୀଙ୍କ ଜୀବନକୁ ସୁନିୟନ୍ତ୍ରିତ ତଥା ସାବଲୀଳ କରିବା ପାଇଁ ଏକ ଉପାୟ ବାହାର କରାଯାଇଛି । କେରଳରେ ଏବେ ପେଟ୍ରୋଲ୍‌ ପମ୍ପରେ ଜେଲ୍‌ର କଏଦୀ ମାନେ କର୍ମଚାରୀ ରୂପେ କାର୍ଯ୍ୟ କରିବେ  । କଏଦୀଙ୍କ ସମସ୍ତ ଦରମାକୁ ତାଙ୍କ ଘରକୁ ପଠାଯିବ ।

କେରଳ ସରକାରୀ ଇଣ୍ଡିଆନ ଅଏଲ୍‌ କର୍ପୋରସେନ୍‌ ସହ ଜେଲ୍‌ ପରିସରରେ ଏବେ ପେଟ୍ରୋଲ୍‌ ପମ୍ପ ଚାଲୁ କରିଛନ୍ତି । ଜେଲ୍‌ ଡିଜିପି ଋଷିରାଜ ସିଂହ କହିଛନ୍ତି ଯେ, ପେଟ୍ରୋଲ ପମ୍ପ ଯୋଗୁ ଜେଲ୍‌ର କଏଦୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ତେବେ କେରଳରେ କଏଦୀମାନଙ୍କ ପାଇଁ ବହୁ ପ୍ରକାରର ପରିଯୋଜନା ମାନ ପ୍ରସ୍ତୁତ କରାଯାଇଛି ।

ଗୋଟିଏ ପେଟ୍ରୋଲ୍‌ ପମ୍ପ୍‌ରେ 15 ଜଣ କଏଦୀଙ୍କୁ ନିଯୁକ୍ତି ଦିଆଯିବ । ତିରୁଅନନ୍ତପୁରମ୍‌, ବିୟୁର୍‌ ଓ ଚେମନୀ ଆଦି ଜିଲ୍ଲାଗୁଡିକରେ  ପେଟ୍ରୋଲ ପମ୍ପରେ କଏଦୀମାନେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ।ତେବେ ଜେଲ୍‌ରେ ରହୁଥିବା କଏଦୀମାନେ ରାଜ୍ୟରେ ଥିବା ପାଞ୍ଚୋଟି କାଫେଟେରୟାକୁ ମଧ୍ୟ ଚଳାଉଛନ୍ତି ।

ଜେଲ୍‌ ପରିସରରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଚାରୋଟି ପେଟ୍ରୋଲ୍‌ ପମ୍ପ ସ୍ଥାପନ କରୁଛି । ଏଥିପାଇଁ ପ୍ରାୟ 9.5 କୋଟି ଟଙ୍କା ନିବେଶ କରାଯାଉଛି । ସେହିପରି ପେଟ୍ରୋଲିୟମ୍ ଆଉଟେଲଟ୍‌ ସ୍ଥାପିତ କରିବା ପାଇଁ ଜେଲ୍‌ ତରଫରୁ 30 ଲକ୍ଷର ସେୟାର ରହୁଛି । ତରିଅନନ୍ତପୁରମ୍‌ରେ ପ୍ରାୟ 25 ପ୍ରତିଶତ, କନ୍ନୁରରେ 39 ପ୍ରତିଶତ, ବିୟୁରେ 25 ପ୍ରତିଶତ ଓ ଚେମନୀ ଓପନ୍‌ ଜେଲରେ 25 ପ୍ରତିଶତ ଆବଣ୍ଟନ କରାଯାଇଛି । ଏହା ଜରିଆରେ କରେଳ ସରକାରଙ୍କୁ ପ୍ରତ୍ୟେକ ମାସ 5.9 ଲକ୍ଷ ଭଡା ମିଳିବ । ଭବିଷ୍ୟତରେ ସିଏନ୍‌ଜି ଓ ବିଦ୍ୟୁତ୍‌ ଚାର୍ଜିଂ ଷ୍ଟେସନର ସ୍ଥାପନ ପାଇଁ ପରଯୋଜନା ପ୍ରସ୍ତୁତ ହୋଇଛି ।  ସେହିପରି ପେଟ୍ରୋଲ୍‌ ପମ୍ପ୍‌ରେ ସାର୍ବଜନିକ ସୁବିଧା କେନ୍ଦ୍ର ମଧ୍ୟ ଉପଲବ୍ଧ ହେବ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଲଗାତାର ଦୁଇଟି ପରାଜୟ ସତ୍ତ୍ୱେ ସେମିଫାଇନାଲରେ ପହଞ୍ଚିପାରିବ କି ଭାରତ? ଜାଣନ୍ତୁ ସମୀକରଣ

October 13, 2025

ବିଜେପିକୁ ଲାଗିପାରେ ବଡ଼ ଝଟକା, ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ 

October 13, 2025

ଆଜି କାର୍ତ୍ତିକ ମାସ ସୋମବାର, ବାବା ଧବଳେଶ୍ବରଙ୍କୁ କରନ୍ତୁ ଦର୍ଶନ

October 13, 2025

ବିରାଟ କୋହଲିଙ୍କୁ ପଛରେ ପକାଇ ଇତିହାସ ରଚିଲେ ସ୍ମୃତି ମନ୍ଧାନା: କଲେ ଦ୍ରୁତତମ 5,000 ଦିନିକିଆ ରନ୍

October 13, 2025
Latest News

ଲଗାତାର ଦୁଇଟି ପରାଜୟ ସତ୍ତ୍ୱେ ସେମିଫାଇନାଲରେ ପହଞ୍ଚିପାରିବ କି ଭାରତ? ଜାଣନ୍ତୁ ସମୀକରଣ

October 13, 2025

ବିଜେପିକୁ ଲାଗିପାରେ ବଡ଼ ଝଟକା, ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ 

October 13, 2025

ଆଜି କାର୍ତ୍ତିକ ମାସ ସୋମବାର, ବାବା ଧବଳେଶ୍ବରଙ୍କୁ କରନ୍ତୁ ଦର୍ଶନ

October 13, 2025

କାହିଁକି ଟିଭି ମିଡିଆ ଜଗତକୁ ବାଏ ବାଏ କଲେ ନ୍ୟୁଜ ଆଙ୍କର ସ୍ମୃତିଲଗ୍ନା ନନ୍ଦ, ଦୁଃଖରେ ଲେଖିଲେ…

October 13, 2025

ବିରାଟ କୋହଲିଙ୍କୁ ପଛରେ ପକାଇ ଇତିହାସ ରଚିଲେ ସ୍ମୃତି ମନ୍ଧାନା: କଲେ ଦ୍ରୁତତମ 5,000 ଦିନିକିଆ ରନ୍

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.