ଡକାୟତି ଯୋଜନା ପଣ୍ଡ : ପାଞ୍ଚ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

Published: Jul 31, 2020, 5:17 pm IST

ହେମାଙ୍ଗ ପ୍ରସାଦ ରାଉଳ

ଗଞ୍ଜାମ : ଆଜି ପାଞ୍ଚଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଅଛି । ମାହୁଡାର ମାହୁଡା ସର୍ଭିସ କୋ-ଅପରେଟିଭ୍‌ ସୋସିଆଇଟି ବ୍ୟାଙ୍କର ଲୁଟ୍‌ ଯୋଜନା କରୁଥିବାବେଳେ ଧରା ପଡିଛନ୍ତି । ଧରାପଡିଥିବା ପାଞ୍ଚ ଦୁଦ୍ଦାନ୍ତ ଅପରାଧୀ ହେଉଛନ୍ତି ଲାଞ୍ଚିପଲ୍ଲୀରୁ 21 ବର୍ଷୀୟ କେ ଅମିତ ପାତ୍ର, ଲାଠି ଗ୍ରାମର 24 ବର୍ଷୀୟ ଶ୍ୟାମସୁନ୍ଦର ଗୌଡ ଓରଫ ଚେରୁ, ଲାଞ୍ଚିପଲ୍ଲୀର 23 ବର୍ଷୀୟ ରବି ପଣ୍ଡା, ଲାଠି ଗାମର 26 ବର୍ଷୀୟ ପିଣ୍ଟୁ ଗୌଡ ଓରଫ ପଣ୍ଡା, ଅଯୋଧ୍ୟାନଗରର ସଞ୍ଜୟ ନାୟକ ପ୍ରମୁଖ ରହିଛନ୍ତି । ଏହି ଅପରାଧୀମାନଙ୍କଠାରୁ ଦୁଇଟି ଖଣ୍ଡା, ଦୁଇଟି ବୋମା ଏବଂ ଟର୍ଚ୍ଚ ଲାଇଟ୍‌ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏହି ଅପରାଧୀମାନଙ୍କୁ ଦିଗ୍‌ପହଣ୍ଡି ପୋଲିସ୍‌ ଗିରଫ କରି ସେମାନଙ୍କ ବିରୋଧରେ  କେସ୍‌ ନମ୍ବର 159 ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Related posts