ଭୁବନେଶ୍ୱର : ଆଜି ସରକାରଙ୍କ ତରଫରୁ ଅନଲକ୍ 3.0ର ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନ୍ ଅନୁସାରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି ଓ ରାଉରକେଲାରେ ଲକ୍ଡାଉନ୍କୁ ହଟାଯାଇଥିବାବେଳେ ପୂର୍ବବତ୍ ସାପ୍ତାହିକ୍ ସଟ୍ଡାଉନ୍ ଜାରି କରାଯାଇଛି ।
ଏହି ଗାଇଡଲାଇନ୍ରେ ରାଜ୍ୟର ସରକାରୀ ଅଫିସ ଓ କର୍ମଚାରୀଙ୍କ ପାଇଁ ଅଗଷ୍ଟ ମାସ ନିମନ୍ତେ ନୂତନ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ବନ୍ଦ ରହିବ ବୋଲି ସୂଚନା ରହିଛି । ଏହାସହିତ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ, ଅଗଷ୍ଟ ମାସରେ ସରକାରୀ ବିଭାଗର ସମସ୍ତ ବିଭାଗ ଓ ଅଧସ୍ତନ ଦପ୍ତରରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ମିଶାଇ ସର୍ବାଧିକ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ କରିବାକୁ କୁହାଯାଇଛି। ସମସ୍ତ ସରକାରୀ କର୍ମଚାରୀ କୋଭିଡ୍ ନିମନ୍ତେ ରାଜ୍ୟ ସରକାର ଜାରି କରୁଥିବା ନିୟମ ଓ ଗାଇଡଲାଇନ୍କୁ ନିଶ୍ଚିତ ଭାବେ ପାଳନ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।