ପଞ୍ଜାବ : ପଞ୍ଜାବରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁସଂଖ୍ୟା 38କୁ ବୃଦ୍ଧି ହୋଇଛି । ସମସ୍ତ ମୃତକ ତରନତାରନ୍, ଅମୃତସର ବଟାଲୀ ଏବଂ ଗୁରୁଦାସପୁର ଜିଲ୍ଲାର ବୋଲି ଜଣାପଡିଛି । ପଞ୍ଜାବର ତରନତାରନ୍ ଜିଲ୍ଲାରେ ସର୍ବାଧିକ 19 ଜଣଙ୍କ ପ୍ରାଣହାନି ହୋଇଛି । ମଦ ମୃତ୍ୟୁ ପରେ ଉକ୍ତ ତିନି ଜିଲ୍ଲାର 40ଟି ସ୍ଥାନରେ ପଞ୍ଜାବ ପୋଲିସ୍ ରେଡ୍ କରିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ତନାଘନା ଚାଲିଛି ।
ରାଜ୍ୟ ପୁଲିସ ମହାନିର୍ଦେଶକ ଦିନାକର ଗୁପ୍ତାଙ୍କ କହିବା ଅନୁଯାୟୀ ଜୁନ୍ 29ରେ ଅମୃତସର ଜିଲାର ମୁଛଲ ଓ ତାଙ୍ଗ୍ରା ଗ୍ରାମରେ 5ଜଣଙ୍କର ମଦମୃତ୍ୟୁ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଜୁଲାଇ 30ରାତିରେ ଆଉ 6 ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ବାତଲାରେ 8ଜଣଙ୍କର ମୃତ୍ୟୁ ସମ୍ପର୍କରେ ରିପୋର୍ଟ ମିଳିଥିଲା। (ଏଜେନ୍ସି)
Tags: