ପୁରୀ : ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଟି ସିଲ୍ କରାଯାଇଛି । ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଓଟି ସିଲ୍ ହେବାରୁ ବାହାରେ ବସିଛନ୍ତି ରୋଗୀ, ସମ୍ପର୍କୀୟ ଚିନ୍ତାରେ ରହିଛନ୍ତି । ଓଟି ସିଲ୍ର 24 ଘଣ୍ଟା ପରେ ବି ସାନିଟାଇଜ୍ ହୋଇ ନଥିବା ଅଭିଯୋଗ ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ପୁରୀ ଜିଲ୍ଲାରୁ ସର୍ବମୋଟ 753 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ 377 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ 371ଜଣ ସକ୍ରିୟ ରହିଛନ୍ତି ।
Tags: