ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ପହଞ୍ଚିଲା କରୋନା

Published: Aug 1, 2020, 9:36 am IST

ଝାଡଖଣ୍ଡ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଆବାସରେ ପହଞ୍ଚିଲା କରୋନା । ପତ୍ନୀ କଳ୍ପନା ସୋରେନ୍‌ଙ୍କ ଡ୍ରାଇଭର  କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ସିଏମ୍ଓର ଏକ ଘରୋଇ ସଚିବ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।

କରୋନା ଲକ୍ଷଣ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ପତ୍ନୀ କଳ୍ପନା ସୋରେନ୍‌ ତାଙ୍କ ଡ୍ରାଇଭର୍‌ କରୋନା ଟେଷ୍ଟ କରାଇଥିଲେ । ପଜିଟିଭ୍‌ ଆସିଲା । ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଆପ୍ତ ସଚିବ କମଲେଶ କୁମାର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ସମ୍ପୃକ୍ତ ସଚିବଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ରହିଥିବାବେଳେ ସେ ପାଟନାରୁ ଫେରି ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 11 ହଜାର 314ରେ ପହଞ୍ଚିବାବେଳେ 106ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts