ଦେଶରେ ଦିନକରେ 57 ହଜାର 117 ଜଣ ଆକ୍ରାନ୍ତ, 764 ମୃତ

Published: Aug 1, 2020, 9:43 am IST

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ 57 ହଜାର 117 ଜଣ ଆକ୍ରାନ୍ତ ରହିଥିବାବେଳେ 764 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36 ହଜାର 511କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ 95 ହଜାର 988କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା  ଆକ୍ଟିଭ୍‌ କେସ୍‌ ହେଉଛନ୍ତି 5 ଲକ୍ଷ 65 ହଜାର 103 । ସେହିପରି ସୁସ୍ଥ ହୋଇଛନ୍ତି 10 ଲକ୍ଷ 94 ହଜାର 374 ଜଣ । ମହାରାଷ୍ଟ୍ରରେ ସର୍ବାଧିକ 14 ହଜାର 995 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ  ଦିଲ୍ଲୀରେ 3 ହଜାର 965, ତାମିଲନାଡୁରେ ମୃତ୍ୟୁ ହୋଇଛି 3 ହଜାର 9ଶହ 35 । ସେହିପରି ଗୁଜୁରାଟରେ ମୃତ୍ୟୁବରଣ କରିଛନ୍ତି 2 ହଜାର 440 ଜଣ ।

Related posts