ଗଞ୍ଜାମ : ଗଞ୍ଜାମରେ କରୋନା କଟକଣା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ବ୍ରହ୍ମପୁରରେ ବି ସବୁ ପ୍ରବେଶ / ପ୍ରସ୍ଥାନ ପଥ ଉପରେ କଟକଣା ଲାଗିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ସକାଳ 5ଟାରୁ ଅପରାହ୍ନ 4ଟା ଯାଏଁ ଖୋଲା ରହିବ ଦୋକାନ ବଜାର। 5 ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବା ଅନୁମତ ।
ଦୋକାନୀମାନେ ସାମାଜିକ ଦୂରତ୍ବ ମାନିବେ, ମାସ୍କ ପିନ୍ଧିବେ। ଦୋକାନୀକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ୍ ଦୋକାନୀ ରଖିବେ। ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍ କରିବେ ଦୋକାନୀ । ରାଜ୍ୟ ସରକାରଙ୍କ ନିୟମାନୁସାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ। ମୁହଁରେ ମାସ୍କ ଠିକ୍ରେ ନ ପିନ୍ଧିଲେ ଜରିମାନା ଆଦାୟ ହେବ । ଗଞ୍ଜାମରେ ଏବେ ଡୋଟ୍ ଟୁ ଡୋର୍ କଣ୍ଟାକ୍ଟି ଟ୍ରେସିଂ ଜାରି ରହିଛି। ଲକ୍ଡାଉନ୍ ଓ ଅନ୍ୟ କଟକଣା ଯୋଗୁଁ କରୋନା ସଂକ୍ରମଣ କମିଛି । ଅମ୍ଳଜାନ ସ୍ତର କମିବା ଯୋଗୁଁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । କୌଣସି ଲକ୍ଷଣକୁ ନ ଲୁଚାଇ ଦେହ ଖରାପ ହେଲେ ଡାକ୍ତରଙ୍କୁ ଦେଖାନ୍ତୁ। ଅଗଷ୍ଟରେ ଆମକୁ ଆହୁରି ସତର୍କ ହେବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲାପାଳ ।