ବିଶାଖାପାଟଣାରେ କ୍ରେନ୍ ଭୁଷୁଡି 10 ମୃତ

Published: Aug 1, 2020, 4:20 pm IST

ଭାଇଜାଗ୍ :  ବିଶାଖାପାଟଣା ସ୍ଥିତ ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ କ୍ରେନ୍ ଭୁଷୁଡି ପଡିବାରୁ 10 ଜଣଙ୍କର ମୃତ୍ୟୁ ଘଟିଛି । ଶନିବାର ଅପରାହ୍ନରେ ବିଶାଖାପାଟଣା ସ୍ଥିତ ସିପ୍ୟାର୍ଡରେ କାର୍ଯ୍ୟରତ କ୍ରେନ୍ଟି ଭୁଷୁଡି ପଡିଥିଲା । କ୍ରେନ୍ ଭୁଷୁଡିବା ସହିତ ଡ୍ରାଇଭର ସମେତ ତଳେ ରହିଥିବା ସମସ୍ତ ଲୋକଙ୍କ ପ୍ରାଣହାନି ଘଟିଥିଲା । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । କ୍ରେନ୍‌ ଭୁଶୁଡି ପଡିବା ପରେ  ସୋରେ ଲହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।  ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ବିଶାଖାପଟ୍ଟନାମ୍‌ ଜିଲ୍ଲା କଲେକ୍ଟର ଓ ସହରର ପୋଲିସ୍‌ ଆୟୁକ୍ତଙ୍କୁ ଏହି କ୍ରେନ୍‌ ଦୁର୍ଘଟଣାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related posts