କଟକ : କଟକ ସହରରୁ ଆଜି ଆଉ 43 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 43 ଜଣଙ୍କ ମଧ୍ୟରୁ 32 ଜଣ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ 11 ଜଣ ରହିଛନ୍ତି ବୋଲି ସିଏମ୍ସି ଟୁଇଟ ଯୋଗେ ସୂଚନା ଦେଇଛି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 32 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 5 ଜଣ ସରକାରୀ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି ଅନ୍ୟ 27 ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି ।
ମାଲଗୋଦାମ ବେହେରାସାହିରୁ 14 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁରୁଣା ରାଉସାପାଟଣାରୁ 8 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି 11 ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରୁ 2 ଜଣ କୋଭିଡ୍ ଯୋଦ୍ଧା ରହିଥିବାର ସୂଚନା ରହିଛି ।
ସେହିପରି 11 ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରୁ 2 ଜଣ କୋଭିଡ୍ ଯୋଦ୍ଧା ରହିଥିବାର ସୂଚନା ରହିଛି । ସୂତାହାଟ ଉପରସାହିରୁ 47 ବର୍ଷୀୟ ପୁରୁଷ ରହିଥିବାବେଳେ ବକ୍ସି ବଜାରରୁ 34 ବର୍ଷର ପୁରୁଷ ରହିଛନ୍ତି । ତେଲେଙ୍ଗା ବଜାରରୁ ଜଣେ 47 ବର୍ଷୀୟ ପୁରୁଷ ଥିବାବେଳେ ମଧୁପାଟଣାରୁ ଜଣେ 23 ବର୍ଷୀୟ କୋଭିଡ୍ ଯୋଦ୍ଧା ରହିଛିନ୍ତି । ସଗଡିଆ ସାହିରୁ ଜଣେ 50 ବର୍ଷୀୟ ମହିଳା ରହିଛନ୍ତି । ସାମନ୍ତ ସାହିରୁ ଜଣେ 55 ବର୍ଷୀୟ ପୁରୁଷ ଥିବାବେଳେ ବିଡାନାସୀରୁ ଜଣେ 39 ବର୍ଷୀୟ ମହିଳା ରହିଛନ୍ତି । ବକ୍ସି ବଜାରରୁ ଆଉ ଜଣେ 30 ବର୍ଷୀୟ କୋଭିଡ୍ ଯୋଦ୍ଧା ରହିଛନ୍ତି । ସାମନ୍ତ ସାହିରୁ 44 ବର୍ଷୀୟ ମହିଳା ଥିବାବେଳେ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍ରୁ 32 ବର୍ଷୀୟ ମହିଳା ରହିଛନ୍ତି ଓ ମହାନଦୀ ବିହାରରୁ ଜଣେ 32 ବର୍ଷୀୟ ପୁରୁଷ ରହିଛନ୍ତି ।
ନୂତନ 43 ଆକ୍ରାନ୍ତ ଚିହ୍ନଟ ପରେ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା 949କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ 478 ସୁସ୍ଥ ହୋଇଥିବାବେଳେ 10 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା କଟକ ସହରରେ 461 ଜଣ ଚିକିତ୍ସାଧୀନ ରହିଛନ୍ତି ।