Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଅ ପାଇଁ ଆଶା କରିଥିଲେ, କିନ୍ତୁ ଜନ୍ମ ହେଲା ଝିଅ : ରାଗରେ ନବଜାତ କନ୍ୟାକୁ ହତ୍ୟା କଲା ପିଶାଚ ପିତା
ଆଜିର ଖବର

ପୁଅ ପାଇଁ ଆଶା କରିଥିଲେ, କିନ୍ତୁ ଜନ୍ମ ହେଲା ଝିଅ : ରାଗରେ ନବଜାତ କନ୍ୟାକୁ ହତ୍ୟା କଲା ପିଶାଚ ପିତା

August 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମନାଲି : ଆଜିର ସମୟରେ ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଲିଙ୍ଗଗତ ବୈଷମ୍ୟତା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ବେଟୀ ବଚାଓ, ବେଟୀ ପଢାଓ ଅଭିଯାନ କରାଯାଉଥିବା ବେଳେ ଝିଅମାନଙ୍କ ପାଇଁ ବହୁ କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନମାନ ପ୍ରଣୟନ କରିଛନ୍ତି । କିନ୍ତୁ ଆଜିର ସମାଜରେ ବି ଝିଅମାନଙ୍କୁ ନେଇ ଏକ ଘୃଣ୍ୟ ମାନସିକତା ରହି ଆସିଛି । ସରକାରଙ୍କ ସମସ୍ତ ଯୋଜନା ସତ୍ତ୍ବେ ବି ଝିଅଙ୍କୁ ନେଇ ସମାଜରେ ଏବେବି ରୂଢୀବାଦୀ ଚିନ୍ତାଧାରା ରହି ଆସିଛି । ଆଜି ବି ଝିଅ ଜନ୍ମ ହେଲେ କେହି କେହି ବୋଝ ଭାବି ନାକ ଟେକୁଥିବାବେଳେ କେହି କେହି ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଏପରି ଏକ କୁତ୍ସିତ ଘଟଣା ମନାଲି ଅଞ୍ଚଳରେ ଘଟିଥିବାର ଜଣାଯାଇଛି ।

ପୁଅ ବଦଳରେ  ଝିଅ ଜନ୍ମ ହେବାରୁ ନବଜାତ କନ୍ୟା ହତ୍ୟା କରିଛି ପିଶାଚ ପିତା । ମନାଲୀର ନାଶଲୋ ଗ୍ରାମର ବାସିନ୍ଦା ହରିଶ କୁମାର ନିଜ ଝିଅକୁ ହତ୍ୟା କରିଥିଲେ। ହରିଶଙ୍କ ପତ୍ନୀ ମୀନା ଦେବୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ହରିଶ ଏବଂ ମୀନା ୮ ବର୍ଷ ତଳେ ବିବାହ କରିଥିବା ବେଳେ ଉଭୟଙ୍କର ୭ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ରହିଛି । ବୁଧବାର ଦିନ ପୁଣି ଏକ  କନ୍ୟା ସନ୍ତାନ ଜନ୍ମ ହେବା ପରେ ହରିଶ ମୀନାଙ୍କୁ ମାଡ ମାରିବା ସହିତ ଝିଅଟିକୁ ନିର୍ମମ ଭାବରେ ହତ୍ୟା କରିଥିଲେ । ଏହାପରେ ନବଜାତର ଶବକୁ ନେଇ କେଉଁ ଆଡେ ପଳାଇଯାଇଥିଲେ । ତେବେ ଏହି ଘଟଣାରେ ଅଭିଯୁକ୍ତ ହରିଶ୍‌କୁ ପୋଲିସ୍‌ ଗିରଫ କରିଛି । ହରିଶ୍‌ ଦୁଇ ପୁତ୍ର ସନ୍ତାନ ପାଇଁ ଆଶାୟୀ ରହିଥିଲେ । ପୁଣି ଥରେ ଏକ ଝିଅ ଜନ୍ମ ହେବାରୁ ସେ ଏପରି ବୀଭତ୍ସ କାଣ୍ଡ ଘଟାଇଛନ୍ତି ।  (ଏଜେନ୍ସି)

BJP Ads
murderd
Share. Facebook Twitter LinkedIn Email WhatsApp Copy Link

Related Posts

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ମେଗା ପୋର୍ଟ ଘୋଷଣା

November 5, 2025
BJP Ads
Latest News

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ମେଗା ପୋର୍ଟ ଘୋଷଣା

November 5, 2025

ଦଳର ନାମ ପରିବର୍ତ୍ତନ କଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକ କାବ୍ୟା ମାରାନ୍: ଜାଣନ୍ତୁ ନୂଆ ନାମ କ’ଣ?

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.