Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୟଭୀତ ହୁଅନ୍ତୁନି, ଭିଡକୁ ଯାଆନ୍ତୁନି – ବିଏମ୍‌ସି କମିଶନର
ଆଜିର ଖବର

ଭୟଭୀତ ହୁଅନ୍ତୁନି, ଭିଡକୁ ଯାଆନ୍ତୁନି – ବିଏମ୍‌ସି କମିଶନର

August 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନକୁ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଭୁବନେଶ୍ବରରୁ 126 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୁଇଜଣଙ୍କ ଜୀବନ ଯାଇଛି ।  ଆଜି କରୋନାକୁ ବିଏମ୍‌ସି କମିଶନର ଏକ ବୈଠକ କରିବା ସହ ଭିଡକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଦୈନିକ ପରିବା କିଣିବାକୁ ନ ଯାଇ 4/5 ଦିନରେ ଥରେ ଯାଆନ୍ତୁ। ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି, ଜୀବନ ବଞ୍ଚିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ।

ଆଳୁ ଗଦିର ଜଣେ ସଂକ୍ରମିତଙ୍କ ପାଇଁ 41 ଜଣ ସଂକ୍ରମିତ ହୋଇଛନ୍ତି । ମାଛ ମାର୍କେଟ୍‌ ବି ବନ୍ଦ କରି ଟେଷ୍ଟ କଲୁ 21ଜଣ ପଜିଟିଭ୍‌ ବାହାରିଛନ୍ତି।  ସେହିପରି ବଜାରକୁ ଗଲାବେଳେ ପୂରା ସୁରକ୍ଷାକୁ ଦୃଷ୍ଟିରେ ରଖି ସପିଂ କରନ୍ତୁ । ଥରେ ଯେଉଁଠି ସଂକ୍ରମିତ ହୋଇଛି, ଆଉ ଯେ ହେବନି, କହି ହେବନି । ଏଭଳି ଜାଗାକୁ ଯିବା ବେଳେ ଭିଡକୁ ନ ଯାଇ ଶୀଘ୍ର ଜିନିଷ ଧରି ପଳାନ୍ତୁ ବୋଲି କହିଛନ୍ତି  । ରାସ୍ତାକଡ ଜଳଖିଆ ଦୋକାନୀଙ୍କୁ ଦୋକାନରେ ବିକ୍ରି ପାଇଁ ଅନୁମତି ନାହିଁ ବୋଲି ସୂଚନା ଦେଇଛନ୍ତି କମିଶନର । ଯେଉଁଠାରେ ଖାଦ୍ୟ ବିକ୍ରି ହେଉଛି ସେଠାରେ ଅନେକ ଜାଗାରେ ଖାଦ୍ୟ ଖାଉଥିବାର ଦେଖାଯାଉଛି । ତେବେ ଏମିତି ନ କରି ଘରକୁ ପାର୍ସଲ ନିଅନ୍ତୁ ବୋଲି କମିଶନର କହିଛନ୍ତି ।

ବସ୍ତିର ହୋମ୍‌ କ୍ବାରେଣ୍ଟିନ୍‌କୁ ଅନୁମତି ନାହିଁ । ସରକାରୀ କ୍ବାରେଣ୍ଟିନ୍‌ କରୁଛୁ ।  60 ପ୍ରତିଶତ ବସ୍ତିରେ ଆମେ ଏଯାଏ କିଛି ବି କେସ୍‌ ପାଇନୁ ବୋଲି କମିଶନର କହିଛନ୍ତି। ବସ୍ତି କମିଟିର ତ୍ବରିତ କାର୍ଯ୍ୟ ପାଇଁ ଅନେକ ବସ୍ତିରେ ସଂକ୍ରମଣ ନାହିଁ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । ଟେଷ୍ଟିଂରେ ଯିଏ ପଜିଟିଭ୍‌ ଆସିବ, ସେ ଆଇସୋଲେସନ୍‌ରେ ରହିବାକୁ ବାଧ୍ୟ ।  ତେଣୁ ଭୟଭୀତ ହୁଅନ୍ତୁନି, ଭିଡକୁ ଯାଆନ୍ତୁନି, ଭିଡ କରନ୍ତୁନି ବୋଲି କହିଛନ୍ତି ବିଏମ୍‌ସି କମିଶନର ।

corona
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

SIR ପରେ ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲେ ୬୦ ଲକ୍ଷରୁ ଅଧିକ ଭୋଟର

February 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.