Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୟଭୀତ ହୁଅନ୍ତୁନି, ଭିଡକୁ ଯାଆନ୍ତୁନି – ବିଏମ୍‌ସି କମିଶନର
ଆଜିର ଖବର

ଭୟଭୀତ ହୁଅନ୍ତୁନି, ଭିଡକୁ ଯାଆନ୍ତୁନି – ବିଏମ୍‌ସି କମିଶନର

August 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନକୁ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଭୁବନେଶ୍ବରରୁ 126 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୁଇଜଣଙ୍କ ଜୀବନ ଯାଇଛି ।  ଆଜି କରୋନାକୁ ବିଏମ୍‌ସି କମିଶନର ଏକ ବୈଠକ କରିବା ସହ ଭିଡକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଦୈନିକ ପରିବା କିଣିବାକୁ ନ ଯାଇ 4/5 ଦିନରେ ଥରେ ଯାଆନ୍ତୁ। ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି, ଜୀବନ ବଞ୍ଚିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ।

ଆଳୁ ଗଦିର ଜଣେ ସଂକ୍ରମିତଙ୍କ ପାଇଁ 41 ଜଣ ସଂକ୍ରମିତ ହୋଇଛନ୍ତି । ମାଛ ମାର୍କେଟ୍‌ ବି ବନ୍ଦ କରି ଟେଷ୍ଟ କଲୁ 21ଜଣ ପଜିଟିଭ୍‌ ବାହାରିଛନ୍ତି।  ସେହିପରି ବଜାରକୁ ଗଲାବେଳେ ପୂରା ସୁରକ୍ଷାକୁ ଦୃଷ୍ଟିରେ ରଖି ସପିଂ କରନ୍ତୁ । ଥରେ ଯେଉଁଠି ସଂକ୍ରମିତ ହୋଇଛି, ଆଉ ଯେ ହେବନି, କହି ହେବନି । ଏଭଳି ଜାଗାକୁ ଯିବା ବେଳେ ଭିଡକୁ ନ ଯାଇ ଶୀଘ୍ର ଜିନିଷ ଧରି ପଳାନ୍ତୁ ବୋଲି କହିଛନ୍ତି  । ରାସ୍ତାକଡ ଜଳଖିଆ ଦୋକାନୀଙ୍କୁ ଦୋକାନରେ ବିକ୍ରି ପାଇଁ ଅନୁମତି ନାହିଁ ବୋଲି ସୂଚନା ଦେଇଛନ୍ତି କମିଶନର । ଯେଉଁଠାରେ ଖାଦ୍ୟ ବିକ୍ରି ହେଉଛି ସେଠାରେ ଅନେକ ଜାଗାରେ ଖାଦ୍ୟ ଖାଉଥିବାର ଦେଖାଯାଉଛି । ତେବେ ଏମିତି ନ କରି ଘରକୁ ପାର୍ସଲ ନିଅନ୍ତୁ ବୋଲି କମିଶନର କହିଛନ୍ତି ।

ବସ୍ତିର ହୋମ୍‌ କ୍ବାରେଣ୍ଟିନ୍‌କୁ ଅନୁମତି ନାହିଁ । ସରକାରୀ କ୍ବାରେଣ୍ଟିନ୍‌ କରୁଛୁ ।  60 ପ୍ରତିଶତ ବସ୍ତିରେ ଆମେ ଏଯାଏ କିଛି ବି କେସ୍‌ ପାଇନୁ ବୋଲି କମିଶନର କହିଛନ୍ତି। ବସ୍ତି କମିଟିର ତ୍ବରିତ କାର୍ଯ୍ୟ ପାଇଁ ଅନେକ ବସ୍ତିରେ ସଂକ୍ରମଣ ନାହିଁ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । ଟେଷ୍ଟିଂରେ ଯିଏ ପଜିଟିଭ୍‌ ଆସିବ, ସେ ଆଇସୋଲେସନ୍‌ରେ ରହିବାକୁ ବାଧ୍ୟ ।  ତେଣୁ ଭୟଭୀତ ହୁଅନ୍ତୁନି, ଭିଡକୁ ଯାଆନ୍ତୁନି, ଭିଡ କରନ୍ତୁନି ବୋଲି କହିଛନ୍ତି ବିଏମ୍‌ସି କମିଶନର ।

corona
Share. Facebook Twitter LinkedIn Email WhatsApp Copy Link

Related Posts

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025
Latest News

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.