କୋରାପୁଟ : କୋରାପୁଟ ଜିଲ୍ଲାରେ ଗତକାଲି ମଧ୍ୟରାତ୍ରିରୁ ଲକଡାଉନ୍ ଜାରି ହୋଇଛି । ଏହି ଲକ୍ଡାଉନ୍ ଆସନ୍ତା 14 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ ଲକ୍ଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ । ଏହି ସମୟରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ନିର୍ଦ୍ଦେଶାବଳୀ ଲାଗୁ କରିଛନ୍ତି ଜିଲ୍ଲା ପ୍ରଶାସନ । ପରିବା, ଗ୍ରୋସାରୀ, ଫଳ, ଦୁଗ୍ଧ, ମାଂସ, ମାଛ, ଅଣ୍ଡା, ଅନ୍ୟାନ୍ୟ ପୋଷାକ ପତ୍ର, ଗହଣା, ସାଇକେଲ, ବ୍ୟାଗ, ପୂଜା ସାମଗ୍ରୀ ଓ ସେଲୁନ୍ଆଦି ସପ୍ତାହର ତିନି ଦିନ ଖୋଲା ରହିବ । ଏହି ସମସ୍ତ ଦେକାନାଗୁଡିକ ସକାଳ 7ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଖୋଲା ରହିବ । ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ଏପରି ପଦକ୍ଷେପ ନେଇଛି ।
Tags: