କରୋନାରେ ଉତ୍ତରପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମୃତ୍ୟୁ

Published: Aug 2, 2020, 11:03 am IST

ଉତ୍ତରପ୍ରଦେଶ : ଦେଶରେ ଏବେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ରହିଛି । ଏହି ରୋଗ କବଳରେ ସାଧାରଣ ଲୋକେ, ରାଜନେତା ସମେସ୍ତ ବଳି ପଡୁଛନ୍ତି । ଆଜି ଜଣେ ରାଜନେତାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ମଲ ରାନୀ ବରୁଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ସେ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ । ପୂର୍ବରୁ ସେ ସାଂସଦ ରୂପେ ମଧ୍ୟ ରହିଥିଲେ । କମଲ ରାନୀ ବରୁଣ ୟୁପି ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। କମଲ ବରୁଣ କରୋନାରେ ସଂକ୍ରମିତ ହୋଇଥିଲେ ଓ ଲକ୍ଷ୍ନୌରେ ପିଜିଆଇର ତାଙ୍କ ଚିକିତ୍ସା ଚାଲିଥିଲା ।

ଜୁଲାଇ 18 ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଲକ୍ଷ୍ନୌରେ ପିଜିଆଇରେ ଭର୍ତ୍ତି କରାଯାଇଥିଲା । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । 1958 ମସିହା ମେ 3 ତାରିଖରେ କମଲ ବରୁଣଙ୍କ ଜନ୍ମ ହୋଇଥିଲା । ଗତ ମାସ କରୋନା ଟେଷ୍ଟ କରିଥିଲେ, ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା ।  କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଆଜିର ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Related posts