ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ଶକ୍ତିନଗର ତୃତୀୟ ଗଳିରେ ଗତକାଲି ରାତ୍ରରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ଯାହାକି ଏତେ ଚରମ ସୀମାରେ ପହଞ୍ଚି ଯାଇଥିଲା ଯେ, ବାଧ୍ୟ ହୋଇ ଶେଷରେ ସ୍ୱାମୀ ଲୋକନାଥ ପାତ୍ର (୩୫) କୌଣସି ବିଷ ଖାଇ ଆତ୍ମହତ୍ୟା କରିଥିଲେ । ସେ ବିଷ ଖାଇଲା ପରେ ଅତିମାତ୍ରାରେ ଗୁରୁତର ହେବା ପରେ ତାଙ୍କୁ ସ୍ଥାନୀୟ ଏମ୍କେସିଜି ମେଡ଼ିକାଲ୍କୁ ନିଆଯାଇଥିଲା । କିନ୍ତୁ ସେଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି ।
ସୂଚନାଥାଉକି ସେ ଦୀର୍ଘଦିନ ହେଲା ବାହା ହୋଇଥିଲେ ସୁଦ୍ଧା ତାଙ୍କର କୌଣସି ପିଲାଛୁଆ ନଥିଲେ । କେଉଁ କାରଣରୁ ସ୍ୱାମୀ ଲୋକନାଥ ପାତ୍ର ଆତ୍ମହତ୍ୟା କଲେ ତାହା ସଂଦେହ ଘେରରେ । ସୂଚନାଯୋଗ୍ୟ ସେ ଜଣେ ସରକାରୀ କର୍ମଚାରୀ । ସେ କୃଷି ବିଭାଗରେ କାମ କରୁôଥିଲେ । ଏନେଇ ସଦରଥାନାରେ ୨୩/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାର ଅନୁସନ୍ଧାନ ସଦର ପୋଲିସ୍ ଜାରି ରଖିଛି ।
Tags: