Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଦର ଅଂଚଳରେ ବ୍ୟାପକ ଚଢ଼ାଉ: ଚୋରା ମୋରମ, ବାଲି ଗାଡ଼ି ଏବଂ ଗୁଟ୍‌ଖା କାରଖାନା ଜବତ
ଆଜିର ଖବର

ସଦର ଅଂଚଳରେ ବ୍ୟାପକ ଚଢ଼ାଉ: ଚୋରା ମୋରମ, ବାଲି ଗାଡ଼ି ଏବଂ ଗୁଟ୍‌ଖା କାରଖାନା ଜବତ

August 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବିପୁଳ ବେଆଇନ ଚୋରାଚାଲାଣ ଏବଂ ଗୁଟ୍‌ଖା କାରଖାନା ସଦର ଥାନା ଅଂଚଳରେ ଚାଲିଥିବା ବେଳେ ଗତ କିଛିଦିନ ହେଲା ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର ବ୍ୟାପକ ଚଢ଼ାଉ ଜାରି ରଖିଛନ୍ତି। ଗତକାଲି କିଛି ବାଲିଗାଡ଼ି ଏବଂ ମୋରମ ଗାଡ଼ି ଚୋରାଚାଲାଣ ହେଉଥିବାବେଳେ ଜବତ କରିଥିବାବେଳେ ଆଜି ମଧ୍ୟ କିଛି ଚୋରା ବାଲିଚାଲାଣ ଗାଡ଼ି, ହାଇୱା, ମୋରମ ଚାଲାଣ ଗାଡ଼ି, ଗୁଟ୍‌ଖା କାରଖାନା ଉପରେ ଚଢ଼ାଉ କରିଛନ୍ତି।

ଆଜି ସଦର ଏସ୍‌ଡ଼ିପିଓ  ଶ୍ରୀ ମହାପାତ୍ର କୌଣସି ସୂତ୍ରରୁ ମୋରମ ଏବଂ ବେଆଇନ ବାଲି ଚାଲାଣର ଖବର ପାଇଁ ଚଢ଼ାଉ କରିଥିଲେ। ଏଥିରେ ସେ ୪ଟି ହାଇୱା ଟ୍ରକକୁ ଏବଂ ୨ଟି ଟ୍ରାକ୍ଟରକୁ ଜବତ କରିଛନ୍ତି। ଏହା ସହ ୬ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କାଳୁଆ ଅଂଚଳର ସାଗର ଦାଶ, ଦିଲିପ ଦାସ, ହିଂଜିଳି ଥାନା କହଁରର କଂଗ୍ରେସ ଦାଶ, ଗୌଡ଼ଗୋଠ ଗ୍ରାମର ବିଜୟ ଗୌଡ଼, ବିଜୟରାଜ କାନ୍ତପୁର ଶିଶିରକାନ୍ତ ଷଡ଼ଙ୍ଗୀ, କର୍ଣ୍ଣୋଲିର ଟୁନା ଗୌଡ଼। ଏନେଇ ସଦରଥାନା କେସ ନଂ ୨୧୩/୨୦, ଏସ୍‌/୩୭୯/୪୪୭/୪୧୧/୪୨୦/୩୪୧ ଆଇପିସି/୧୨ ଓଡ଼ିଶା ମିନେରାଲ୍ ଆକ୍ଟରେ ମାମଲା ରୁଜୁ ହୋଇ ସମସ୍ତ ଅଭିଯୁକ୍ତକୁ କୋର୍ଟଚାଲଣ କରାଯାଇଛି। ସେହିଭଳି ସଦରଥାନା ଅନ୍ତର୍ଗତ ବାଉସିଆପଲ୍ଲି ଅଂଚଳରେ ଏକ ବେଆଇନ ଗୁଟ୍‌ଖା କାରଖାନା ଚାଲିଥିବାବେଳେ ସଦର ଏସ୍‌ଡ଼ିପିଓ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ୭ ଟି ଗୁଟ୍‌ଖା ମେସିନ୍‌, ୨୫ ରିଲ୍ ଜରି, ୭୦ ପ୍ୟାକେଟ୍ ଗୁଟ୍‌ଖା ଜବତ ହୋଇଛି। ମାଲିକ ନରେନ୍ଦ୍ର ସାହୁକୁ ଗିରଫ କରାଯାଇଛି। ସଦରଥାନା କେସ ନଂ ୨୧୪/୨୦ରେ ମାଲିକକୁ କୋର୍ଟଚାଲଣ କରାଯାଇଛି।

ଏଠାରେ ସୂଚନାଥାଉକି ତଳ ଦିନେ ତଥା ଗତ ୧ ତାରିଖ ଦିନ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ତହସିଲ୍‌ଦାର ଇପ୍‌ସିତା ପ୍ରିୟଦର୍ଶିନୀଙ୍କ ମିଳିତ ଉଦ୍ୟମରେ ଦୀର୍ଘ ଦିନ ଧରି ଚାଲିଥିବା ସଦର ଥାନା ଅଂଚଳରେ ଗୁଟ୍‌ଖା କାରଖାନା ଉପରେ ଚଢ଼ାଉ ହୋଇଥିଲା। ଯେଉଁଠି ଦେଢ଼କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସାମଗ୍ରୀ ଜବତ ହୋଇଥିଲା। ଯାହାକୁ ନେଇ ସମଗ୍ର ଗଂଜାମ ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଥିଲା। ଦୀର୍ଘଦିନ ହେଲା ପୋଲିସ୍‌ର ଛତ୍ରଛାୟା ତଳେ ଏହି ବ୍ୟବସାୟ ଚାଲିଥିଲା ବୋଲି ଲୋକମାନେ କୁହାକୁହି ହେଉଛନ୍ତି। ଏହି ଚଢ଼ାଉ ପରେ ପୋଲିସ୍ ବିଭାଗର ଚେତା ହଜିଯାଇଛି। ଭୋକ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟରେ ପୋଲିସ୍ ଆଜି ବାଉଁସିଆପଲ୍ଲୀ ନିକଟରେ ଥିବା ଗୁଟ୍‌ଖା ପ୍ୟାକ୍ଟିରେ ଚଢ଼ାଉ କରିଛି। କିନ୍ତୁ ସେଠାରୁ ଆଖିଦୃଶିଆ ସାମଗ୍ରୀ ଜବତ ହୋଇନାହିଁ। କେବଳ ସେତିକି ନୁହେଁ ପୋଲିସ୍ ପ୍ରଶାସନ ନିଜର ତତ୍ପରତା ଓ ପାରିବାପଣ ଦେଖାଇ ଅଂଚଳରେ ହେଉଥିବା ମୋରମ, ବାଲି ବୋଝେଇ ଟ୍ରକ ଏବଂ ଟ୍ରାକ୍ଟରକୁ ଜବତ କରିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯାହାକି ପୋଲିସ୍ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଥିବା ଶୀତଳଯୁଦ୍ଧ ପଦାକୁ ଆସିଛି। କାରଣ ଦୀର୍ଘଦିନ ହେଲା ଏହି ରାସ୍ତାଦେଇ ବାଲିବୋଝେଇ ଟ୍ରକ ଏବଂ ମୋରମ ଦିନରାତି ଚାଲାଣ ହେଉଥିଲେ ସୁଦ୍ଧା ପୋଲିସ୍ କୌଣସି ପଦକ୍ଷେପ ନେଉନଥିଲା। କିନ୍ତୁ ସଦରଥାନାର ଗୁଡ଼ମାଠିଆ ଯେତେବେଳେ ଭାଙ୍ଗିଗଲା ତାହା ଦେଖି ପୋଲିସ୍ ତହସିଲ୍ କାର୍ଯ୍ୟରେ ମଧ୍ୟରେ ହସ୍ତକ୍ଷେପ କଲା ବୋଲି ଅଂଚଳରେ ଚର୍ଚ୍ଚା ଧରିଛି। ସେ ଯାହା ବି ହେଉ ମାନବ କଲ୍ୟାଣ ପାଇଁ ଏହା ଉପଯୁକ୍ତ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025

ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ର ବିଜେତା ହେଲା ପୂର୍ବତଟ ରେଳପଥ

September 12, 2025

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କି, ଆଜି ନେବେ ଶପଥ

September 12, 2025

ରେଢ଼ାଖୋଲରେ ଚାଞ୍ଚଲ୍ୟ: ତଣ୍ଟି ଚିପି ମାକୁ ହତ୍ୟା କଲା ପୁଅ

September 12, 2025
Latest News

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025

ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ର ବିଜେତା ହେଲା ପୂର୍ବତଟ ରେଳପଥ

September 12, 2025

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କି, ଆଜି ନେବେ ଶପଥ

September 12, 2025

ରେଢ଼ାଖୋଲରେ ଚାଞ୍ଚଲ୍ୟ: ତଣ୍ଟି ଚିପି ମାକୁ ହତ୍ୟା କଲା ପୁଅ

September 12, 2025

ପାର୍ବଣ ଋତୁ ଅବସରରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.