Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବକଙ୍କୁ ମୋମୋ ଖାଇବା ପଡିଲା ମହଙ୍ଗା : ରାଗଯୁକ୍ତ ମୋମୋ ଯୋଗୁଁ ପେଟର ଅନ୍ତ ଫାଟିଲା
ଆଜିର ଖବର

ଯୁବକଙ୍କୁ ମୋମୋ ଖାଇବା ପଡିଲା ମହଙ୍ଗା : ରାଗଯୁକ୍ତ ମୋମୋ ଯୋଗୁଁ ପେଟର ଅନ୍ତ ଫାଟିଲା

August 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚୀନ୍‌ :  ଚଟ୍‌ପଟି ମସଲାଦାର ଖାଦ୍ୟ ଖାଇବାକୁ କାହାକୁ ବା ନ ଭଲ ଲାଗେ । କିନ୍ତୁ ଏହି ଚଟ୍‌ପଟି ରାଗ ଖାଦ୍ୟ ଖାଇବା କେତେ ମହଙ୍ଗା ହୋଇପାରେ ଆପଣ ଜାଣିପାରିବେ ନାହିଁ । ଚୀନ୍‌ର ଜଣେ ବ୍ୟକ୍ତି ଚଟ୍‌ପଟି ମୋମୋକୁ ଦେଖି ନିଜ ଲୋଭ ସମ୍ବରଣ କରି ନପାରି ଚଟ୍‌ପଟି ରାଗ ମସଲାଦାର ମୋମୋ ଖାଇଥିଲେ । କିନ୍ତୁ ଏହି ମୋମୋ ତାଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଉତ୍କଟ ରାଗଯୁକ୍ତ ମୋମୋ ଖାଇବାର ପରେ ତାଙ୍କ ପେଟରେ ଜ୍ବଳନ ହେବା ସହ ତାଙ୍କ ପେଟର ଅନ୍ତ ଫାଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ବହୁ ପରିଶ୍ରମ ପରେ ତାଙ୍କ ଜୀବନ ବଞ୍ଚି ପାରିଛି ।

ଏହି ପରି ଏକ ଘଟଣା ଚୀନ୍‌ର ଜିଆଙ୍ଗ୍ସୁ ପ୍ରାନ୍ତରେ ଘଟିଛି । ଏହି ଘଟଣାଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ମିଳିଥିବା ସୂଚନା ଅନୁସାରେ 63 ବର୍ଷୀୟ ଓ୍ବାଙ୍ଗ୍‌ ରାତ୍ର ଖାଦ୍ୟରେ ଉଚ୍ଚ ରାଗବାଲା ମୋମୋଜ ଖାଇଥିଲେ । ଏହାପରେ ଧୀରେ ଧୀରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରେ ଲାଗିଲା । ଏହା ପରେ ତାଙ୍କ ପେଟରେ କିଛି ଶବ୍ଦ ଶୁଣାଗଲା । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଗଲା । ତାଙ୍କୁ ତତ୍‌କ୍ଷଣାତ ହସ୍ପିଟାଲ ନିଆଟାଇଥିଲା । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଜାଣିଥିଲେ ଯେ ବେଶୀ ରାଗଯୁକ୍ତ ମୋମୋ ଖାଇ ତାଙ୍କ ପେଟରେ ଗ୍ୟାସ ହୋଇଯାଇଛି ଓ ଖାଦ୍ୟଗୁଡିକ ଅନ୍ତ ନଳୀରେ ଫସି ରହିଥିଲା। ଗ୍ୟାସ ହେବା ପରେ ପ୍ରେସର ଯୋଗୁଁ ଅନ୍ତ ଫାଟି ଯାଇଥିଲା । ଓ୍ବାଙ୍ଗଙ୍କୁ ପୂର୍ବରୁ ପେଟ ଓ ହଜମ ଜନିତ ସମସ୍ୟା ରହିଥିବାବେଳେ ଡାକ୍ତର ତାଙ୍କୁ ମସଲାଦାର ଖାଦ୍ୟ ଖାଇବାକୁ ବାରଣ କରିଥିଲେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ନ ମାନି ଓ୍ବାଙ୍ଗ ରାଗ ମସଲା ଯୁକ୍ତ ମୋମୋ ଖାଇ ବଡ କ୍ଷତିରେ ପଡିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025
Latest News

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025

Jio Agentic AI: ଛୋଟ ଦୋକାନୀଙ୍କୁ ସହାୟକ ହେବ ‘ଜିଓ ଏଜେଣ୍ଟିକ ଏଆଇ ଆସିଷ୍ଟାଣ୍ଟ’, ଜାଣନ୍ତୁ ଏହା କଣ

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.