ଦାମଙ୍କ ଝିଅ ପ୍ରୀତିନନ୍ଦା ବିଜେଡ଼ିରୁ ଇସ୍ତଫା ଦେଲେ

Published: Mar 16, 2019, 4:54 pm IST
preetinandaroutaray quits bjd

ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟ ଏବେ ସଂପୂର୍ଣ୍ଣ ବଦଳି ଯାଇଛି। ଏବେ ଚାଲିଛି ଦଳବଦଳ ରାଜନୀତି । ଜଣେ ପରେ ଜଣେ ନେତା, ବିଧାୟକ ଓ ସାଂସଦ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ନିକଟରେ ବିଜେଡ଼ିର ପୂର୍ବତନ ବରିଷ୍ଠ ନେତା ଦାମୋଦର ରାଉତ ବିଜେପି ଦଳରେ ଯୋଗଦେବାପରେ ରାଜନୀତି ବେଶ୍‌ ସରଗରମ ରହିଥିଲା । ଦାମଙ୍କ ଦୁଇ ପୁଅ ଓ ଝିଅ ବିଜେଡ଼ି ଦଳରେ ରହିଥିଲେ । ଦାମଙ୍କ ପୁଅ ସମ୍ବିତ୍‌ ରାଉତରାୟଙ୍କୁ  ପାରାଦୀପରୁ ଟିକେଟ୍‌ ଦେବାକୁ ବିଜେଡ଼ି ଚାହୁଁଥିବାବେଳେ ତାଙ୍କ ଝିଅ ପ୍ରୀତିନନ୍ଦା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ତାଙ୍କ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଲେ ବୋଲି ସୂଚନା ଦେଇଛନ୍ତି । ତେବେ ପ୍ରୀତିନନ୍ଦା ବାପାଙ୍କ ମାର୍ଗ ଅନୁସରଣ କରୁଛନ୍ତି ନା ଆଉ କିଛି ରହିଛି, ତାହା ଆଗାମୀ ସମୟ କହିବ । ତେବେ ଦଳ ଛାଡ଼ିବା ପରେ ସେ କେଉଁ ଦଳରେ ଯୋଗଦେବେ କି ନା’ ସେ ବିଷୟରେ କିଛି ସୂଚନା ଦେଇନାହାନ୍ତି । ସେ ବିଜେଡ଼ିରେ ପୂର୍ବତନ କର୍ପୋରେଟର ଭାବେ ଅବସ୍ଥାପିତ ଥିଲେ ।

Related posts