ଜେଡିଏସ୍‌ ନେତା ଦାନିଶ୍‌ ଅଲ୍ଲୀ ବିଏସ୍‌ପିରେ ଯୋଗଦେଲେ

Published: Mar 16, 2019, 6:11 pm IST
danish ali joins bsp

ଜନତା ଦଳ ସେକୁଲାର୍‌ (ଜେଡିଏସ୍‌)ର ବରିଷ୍ଠ ନେତା ଦାନିଶ ଅଲୀ ଏବେ ହାତୀ ସହ ସାଥୀ ହୋଇଛନ୍ତି। ଦାନିଶ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସାମିଲ୍‌ରେ ହୋଇଛନ୍ତି। ସେ ଉତ୍ତରପ୍ରଦେଶର ଅମରୋହାରୁ ଲୋକସଭା ଆସନରୁ ନିର୍ବାଚନ ଲଢିବେ। ଦାନିଶ୍‌ କର୍ନାଟକରେ  କଂଗ୍ରେସ ଓ ଜେଡିଏସ୍‌ରେ ମେଣ୍ଟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦାନିଶ୍‌ ଅଲୀ ଜେଡିଏସ୍‌ର ମୁଖ୍ୟ ପ୍ରବକ୍ତା ଓ ରାଷ୍ଟ୍ରୀୟ ମହାସଚିବ ଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଦାନିଶ୍‌ ଅଲୀ ଜେଡିଏସ୍‌ ଛାଡି ବିଏସ୍‌ପିରେ ଯୋଗ ଦେବା ଜେଡିଏସ୍‌ ପାଇଁ କ୍ଷତି  ସାବ୍ୟସ୍ତ କରିପାରେ। କର୍ଣ୍ଣାଟକ ଲୋକସଭାରେ ୨୮ ସିଟ୍‌ରେ କଂଗ୍ରେସ ୨୦ ଓ ଜେଡିଏସ୍‌ ୮ଟି ସିଟ୍‌ରେ ନିର୍ବାଚନ ଲଢିବେ।

Related posts