ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ଵ ତୁଲାଉଥିବା ଓଡିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ପରବର୍ତ୍ତୀ କମ୍ପ୍ତ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ଦେଶର ମହା ଲେଖାକାର ଦାୟିତ୍ଵ ମିଳିପାରେ ବୋଲି ଜଣା ପଡିଛି। ଯଦି ଶ୍ରୀ ମୁର୍ମୁ ଙ୍କ ନିଯୁକ୍ତି ସ୍ପଷ୍ଟ ହୁଏ ତାହେଲେ ପ୍ରଥମ ଓଡିଆ ଭାବରେ ସେ ଏହି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେବେ। ପୂର୍ବରୁ ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଥିବା ଶ୍ରୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ।