ଜମ୍ମୁ କାଶ୍ମୀରର ନୂତନ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ମିଳିଲା ନିଯୁକ୍ତି

Published: Aug 6, 2020, 8:32 am IST

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ନୂତନ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସ୍ନିହାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।

ଗତକାଲି ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ମନୋଜ ସିହ୍ନା ଏବେ ମୁର୍ମୁଙ୍କ ସ୍ଥାନରେ ଜାମ୍ମୁକାଶ୍ମୀର ଉପରାଜ୍ୟପାଳ  ଦ୍ଵାୟିତ୍ଵ ସମ୍ଭାଳିବେ।

ଧାରା 370 ଉଛେଦ ହେବ ପରେ ଜମ୍ମୁ ଓ କାଶ୍ମୀର ରାଜ୍ୟ  ଗତ ବର୍ଷ ଅକ୍ଟୋବର 31 ରେ ଗିରୀଶ ମୁର୍ମୁଙ୍କୁ ଜମ୍ମୁ ଓ କାଶ୍ମୀରର ପ୍ରଥମ ଉପ – ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ତେବେ ଗିରୀଶ ମୁର୍ମ୍ମୁ ପରବର୍ତୀ ସିଏଜି  ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

 

Related posts