କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : 8 କରୋନା ରୋଗୀ ମୃତ

Published: Aug 6, 2020, 9:02 am IST

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗିଯାଇଛି। ଅହମ୍ମଦାବାଦ ସ୍ଥିତ ଶ୍ରେୟ ହସ୍ପିଟାଲରେ ନିଆଁ ଲାଗିଥିବାର ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ 8 କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନାକୁ ଦୃଷ୍ଟିରେ ରଖି ଶ୍ରେୟ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ରୂପେ ରୂପାନ୍ତରିତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଜଣେ ମେଡିକାଲ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନାନୁସାରେ ସକାଳ 3.15 ମିନିଟରେ ହସ୍ପିଟଲରେ ନିଆଁ ଲାଗିଥିଲା। 3.22 ସମୟରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ। ନିଆଁ ଲାଗିବା ସମୟରେ ଆଇସିଇଉରେ 10 ଜଣ କରୋନା ରୋଗୀ ଥିଲେ। ସେହିପରି ଉକ୍ତ ହସ୍ପିଟାଲରେ 49 ଜଣ ଆକ୍ରାନ୍ତ ରହିଥିଲେ। ତେବେ ନିଆଁ ଲାଗିବା ପରେ କୋରୋନା ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବାର ସୂଚନା ମିଲଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।  (ଏଜେନ୍ସି)

Related posts