ଆଉ 10ଜଣଙ୍କର ଜୀବନ ନେଲା କରୋନା :  ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି

Published: Aug 6, 2020, 11:31 am IST

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆଉ 10ଜଣଙ୍କ ଜୀବନ ଯାଇଛି। ଗଞ୍ଜାମରୁ ସର୍ବାଧିକ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 2 ଜଣ, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡରୁ ଜଣେ ଲେଖାଏଁ ମୃତ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମର ମୃତକ ତିନିଜଣ ପୁରୁଷ ରହିଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 52 ବର୍ଷ, 40 ବର୍ଷ ଓ 55 ବର୍ଷ ବୋଲି ସୂଚନା ରହିଛି ।

ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 54 ବର୍ଷୀୟ ପୁରୁଷଥିବାବେଳେ ଅନ୍ୟ ଜଣେ 28 ବର୍ଷୀୟା ଯୁବତୀ ରହିଛନ୍ତି । ନବରଙ୍ଗପୁରରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ 40 ବର୍ଷ ବୋଲି ସୂଚନା ରହିଛି ।

ଭଦକ୍ରରୁ ଜଣେ 53 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ ଜଣେ 61 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି କେଉଁଝରରୁ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ 52 ବର୍ଷ ବୋଲି ସୂଚନା ରହିଛି । ସେହିପରି ନୟାଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 39 ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ସଂଖ୍ୟା 235କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଥିବାବେଳେ ଭଦ୍ରକରେ ତିନି, କେନ୍ଦୁଝରରରେ2,  ନୟାଗଡରେ 4, ଭଦ୍ରକରେ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ହୋଇଥିବାବେଳେ ନବରଙ୍ଗପୁରରେ ପ୍ରଥମ କରୋନା ମୃତ୍ୟୁ ହୋଇଛି ।

ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :
ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 12080 8621 3331 120 8
ଖୋର୍ଦ୍ଧା 5531 2418 3074 31 8
କଟକ 2731 1724 992 11 4
ସୁନ୍ଦରଗଡ 1882 1182 684 13 3
ଗଜପତି 1834 1159 660 14 1
ଯାଜପୁର 1467 1149 314 3 1
ବାଲେଶ୍ବର 1176 856 314 3 3
ରାୟଗଡା 1173 680 483 10 0
ପୁରୀ 1059 642 411 4 2
କୋରାପୁଟ 1047 457 590 0 0
କେଉଁଝର 992 689 299 2 2
ସମ୍ବଲପୁର 836 341 494 1 0
ଜଗତସିଂହପୁର 821 661 158 2 0
ଭଦ୍ରକ 804 575 222 3 4
ନୟାଗଡ 802 490 306 4 2
ମୟୂରଭଞ୍ଜ 788 555 231 0 2
ମାଲ୍‌କାନଗିରି 773 401 367 2 3
କନ୍ଧମାଳ 772 428 341 3 0
କେନ୍ଦ୍ରାପଡା 601 442 156 2 1
ବରଗଡ 568 363 204 1 0
ବଲାଙ୍ଗିର 551 362 189 0 0
ଢେଙ୍କାନାଳ 452 195 257 0 0
ଅନୁଗୁଳ 402 264 136 2 0
ଝାରସୁଗୁଡା 353 297 55 1 0
କଳାହାଣ୍ଡି 349 122 225 2 0
ନବରଙ୍ଗପୁର 331 251 78 1 1
ବୌଦ୍ଧ 162 130 32 0 0
ନୂଆପଡା 161 117 44 0 0
ସୋନପୁର 123 84 39 0 0
ଦେବଗଡ 96 83 13 0 0

 

 

Related posts