ପୁଣିଥରେ ସଟ୍‌ଡାଉନ୍‌ ହେଲା ଭେଟେଶ୍ବର ପଞ୍ଚାୟତର ଏହି ସବୁ ଗ୍ରାମ

Published: Aug 6, 2020, 3:58 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ, ଭେଟେଶ୍ବର ଓ ବୋରିଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଏହି ଗ୍ରାମରୁ  କରୋନା ବ୍ୟକ୍ତି ଚିହ୍ନଟ ହେବା ପରେ ପଦକ୍ଷେପ ଗ୍ରହଣ କରାଯାଇ ସଟ୍‌ଡାଉନ୍‌ କରାଯାଇଛି । ଆଜି ମଧ୍ୟାହ୍ନ  ଅର୍ଥାତ 06.08.2020 ଗୁରୁବାର ଦିବା 12 ଘଟିକାଠାରୁ ଆସନ୍ତା 9  ତାରିଖ ରବିବାର ମଧ୍ୟାହ୍ନ 12 ଘଟିକା ଯାଏଁ ଏହି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଏହି ପଞ୍ଚାୟତରୁ ଆଜି ଚାରି ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣର ଭୟାବହତାକୁ ରୋକିବା ନିମେନ୍ତ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ଭେଟେଶ୍ବର ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ।

ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ସରପଞ୍ଚମାନେ କଡା ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସମ୍ପୃକ୍ତ ଲୋକଙ୍କ ସ୍ବାବ୍‌ ଟେଷ୍ଟ କରିବା ସହ ପଞ୍ଚାୟତକୁ ସାନିଟାଇଜେସନ୍‌ କରୁଛନ୍ତି।

Related posts