Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟର ୪ଟି ହସ୍ତତନ୍ତ କମ୍ପାନୀକୁ ପ୍ରଦାନ କରାଗଲା ପ୍ରମାଣପତ୍ର
ଆଜିର ଖବର

ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟର ୪ଟି ହସ୍ତତନ୍ତ କମ୍ପାନୀକୁ ପ୍ରଦାନ କରାଗଲା ପ୍ରମାଣପତ୍ର

August 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟର ୪ଟି ହସ୍ତତନ୍ତ କମ୍ପାନୀକୁ ପ୍ରଦାନ କରାଗଲା ପ୍ରମାଣପତ୍ର

ଭୁବନେଶ୍ବର, ଆଜି ଦେଶରେ ପାଳିତ ହେଉଛି ‘ଷଷ୍ଠ ଜାତୀୟ ହସ୍ତତନ୍ତ ଦିବସ’। ପ୍ରତ୍ୟେକ ଭାରତୀୟ ଭିତରେ ଆମର ଐତିହ୍ୟ ସମ୍ପନ୍ନ ଓ ବହୁପୁରାତନ ପାରମ୍ପରିକ ହସ୍ତତନ୍ତ କଳାପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏହି ସଂସ୍କୃତି ଓ କଳାସହିତ ବଂଶାନୁକ୍ରମେ ଜଡିତ ବୁଣାକାର ମାନଙ୍କ ସମ୍ମାନାର୍ଥେ ଏହି ଦିବସକୁ ପାଳନ କରାଯାଉଛି। ଭାରତ ବର୍ଷରେ ଓଡିଶାର ଋଦ୍ଧିମନ୍ତ ହସ୍ତତନ୍ତ ବସ୍ତ୍ର ବିଶେଷତଃ ବାନ୍ଧବସ୍ତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ରହିଅଛି। ସର୍ବୋପରି ଏହି ହସ୍ତତନ୍ତ କ୍ଷେତ୍ର ଲକ୍ଷ ଲକ୍ଷ ଗ୍ରାମୀଣ ବୁଣାକାରଙ୍କୁ ଜୀବିକା ଯୋଗାଇବାରେ ସମର୍ଥ ହୋଇପାରିଛି ।

ଏହି ପରିପ୍ରେକ୍ଷୀରେ ଆଜି ବୁଣାକାର ସେବା କେନ୍ଦ୍ର, ଭୁବନେଶ୍ୱର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ୪ଟି ତାଲିକାଭୁକ୍ତ ଉତ୍ପାଦ କମ୍ପାନୀକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେଗୁଡିକ ହେଲା ମେସର୍ସ ତରାବୋଇ ହ୍ୟାଣ୍ଡଲୁମ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌, ମେସର୍ସ ଶୁଭଶ୍ରୀ ହ୍ୟାଣ୍ଡଲୁମ୍ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ୍‌, ମେସର୍ସ ନୂଆପାଟଣା ‘ଇକତ୍‌’ ହ୍ୟାଣ୍ଡଲୁମ୍ କମ୍ପାନୀ ଲିମିଟେଡ୍‌, ମେସର୍ସ ଝିଲିମିଣ୍ଡା ଟ୍ରାଡିସନାଲ୍ ହ୍ୟାଣ୍ଡଲୁମ୍ ପ୍ରର୍ଡୁସର କମ୍ପାନୀ ଲିମିଟେଡ୍।

National Handloom Day
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ରିସାଇକେଲିଂ ପାଇଁ ୧୫୦୦ କୋଟି ଟଙ୍କା ବ୍ୟୟକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

September 3, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା ରେ ତିନି କୋଟି ପଂଜିକରଣ, ମିଳିଲା ୱାର୍ଲ୍ଡ ରେକର୍ଡ

September 3, 2025

ଜାରୀ ରହିଛି ଜିଏସଟି ବୈଠକ, ଗୁରୁବାର ଦିନ ଘୋଷଣା ହେବ ନୂଆ ସ୍ଲାବ

September 3, 2025

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ରାଜଭାଷା ହିନ୍ଦୀ ଏବଂ ପୋଷଣ ମାସ’ କର୍ମଶାଳା

September 3, 2025
Latest News

ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ରିସାଇକେଲିଂ ପାଇଁ ୧୫୦୦ କୋଟି ଟଙ୍କା ବ୍ୟୟକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

September 3, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା ରେ ତିନି କୋଟି ପଂଜିକରଣ, ମିଳିଲା ୱାର୍ଲ୍ଡ ରେକର୍ଡ

September 3, 2025

ଜାରୀ ରହିଛି ଜିଏସଟି ବୈଠକ, ଗୁରୁବାର ଦିନ ଘୋଷଣା ହେବ ନୂଆ ସ୍ଲାବ

September 3, 2025

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ରାଜଭାଷା ହିନ୍ଦୀ ଏବଂ ପୋଷଣ ମାସ’ କର୍ମଶାଳା

September 3, 2025

ନବରଙ୍ଗପୁର ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା, ଓଡିଶା ଡିଜିପିଙ୍କୁ ନୋଟିସ କଲା ଜାତୀୟ ମାନବାଧିକାର କମିଶନ

September 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.