Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାମାରୀକୁ ହରାଇ ଜନ୍ମ ଦେଲେ ଶିଶୁ ପୁତ୍ର : ପ୍ରଶାସନର ସହଯୋଗ ପାଇଁ ଧନ୍ୟବାଦ ଦେଲେ ମହିଳା
ଆଜିର ଖବର

ମହାମାରୀକୁ ହରାଇ ଜନ୍ମ ଦେଲେ ଶିଶୁ ପୁତ୍ର : ପ୍ରଶାସନର ସହଯୋଗ ପାଇଁ ଧନ୍ୟବାଦ ଦେଲେ ମହିଳା

August 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲିପଡ଼ା: ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳା ମାନେ ପ୍ରସବ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି ସରକାରୀ ଡାକ୍ତରଖାନାକୁ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା କିମ୍ବା ପ୍ରସବ ପାଇଁ ଗଲେ ପ୍ରଥମେ ନମୁନା ପରୀକ୍ଷା କରିବା ପାଇଁ ଧାଡିରେ ଜଗିବାକୁ ପଡୁଚି ଯାହାକି ଅତି ଚିନ୍ତା ଜନକ ବିଷୟ । କରୋନା ମହାମାରୀ ଭଳି ଭୟାନକ ପରିସ୍ଥିତିରେ ଏମିତି ଏକ ଉଦାହରଣ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ ସାମ୍ନାକୁ ଆସିଚି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଚି।

ଯେଉଁଥି ପାଇଁ କୁକୁଡାଖଣ୍ଡି ବ୍ଲକରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ସମସ୍ତ ଗର୍ଭବତୀ ମହିଳା ମାନଙ୍କ ନମୁନା ପରୀକ୍ଷା ଆରମ୍ଭ କରିଚି ପ୍ରଶାସନ ।  ଲାଞ୍ଜିଆ ପଞ୍ଚାୟତର ପଦରବାଲି ଗ୍ରାମର ଜଣେ ଗର୍ଭବତୀ ମହିଳା ସଙ୍ଗିତା ମହାନ୍ତି କୌଣସି କାରଣ ବଶତଃ ସାମାନ୍ୟ ଲକ୍ଷଣ ଦେଖାଦେବାରୁ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ପ୍ରଶାସନର ସହଯୋଗରେ ମହିଳା ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ନମୁନା ମଧ୍ୟ ପଜିଟିଭ ଆସିଲା । ଡାକ୍ତରଙ୍କ କହିବା ଅନୁସାରେ କେବଳ 10 ଦିନ ସମୟ ଥିଲା ପ୍ରସବ ପାଇଁ ଯାହାକୁ ଅତି ଗୁରୁତର ସହିତ ନେଇ ପ୍ରଥମେ ଘରୋଇ ସଙ୍ଗରୋଧରେ ରଖାଯାଇଥିଲା ମହିଳା ଜଣଙ୍କୁ ସ୍ଥାନୀୟ ତହସିଲଦାର ଡ଼ଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ତତ୍ୱାବଧାନ କୁକୁଡାଖଣ୍ଡି ଗୋଷ୍ଟି ଚିକିତ୍ସା ଅଧିକାରୀ ରାମଚନ୍ଦ୍ର ମହାପାତ୍ର, ଅଙ୍ଗନବାଡି କର୍ମୀ ଦୀପ୍ତି ମୟୀ ଦେବୀ ପ୍ରମୁଖ ନିୟମିତ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବ ସହ ଆବଶ୍ୟକୀୟ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଉଥିଲା I କେବଳ 9 ଦିନ  ସଙ୍ଗରୋଧରେ ରହିବା ପରେ ଯେତେବେଳେ ପ୍ରସବ ତାରିଖ ଆସିଲା  ପୁନର୍ବାର ନମୁନା ପରୀକ୍ଷା ହୋଇଥିଲା ଏବଂ ଡାକ୍ତର ତାଙ୍କୁ ସୁସ୍ଥ ଥିବା କହିବା ସହ ଚଳିତ ମାସ ଦୁଇ ତାରିଖରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅସ୍ତ୍ରପ୍ରଚାର ମାଧ୍ୟମରେ ଶିଶୁ ପୁତ୍ର ଜନ୍ମ କରିଥିଲେ । ବର୍ତ୍ତମାନ ସନ୍ତାନ ସହ ମା ଉଭୟ ସୁସ୍ଥ ଥିବା ଜଣାପଡିଛି ।

ମହିଳା ଜଣଙ୍କ କରୋନାକୁ ହରାଇ ବର୍ତ୍ତାମାନ ସୁସ୍ଥ ଥିବାବେଳେ ପୁରା ବ୍ଲକରେ ତହସିଲଦାରଙ୍କ ନିର୍ଦ୍ଧେଶ କ୍ରମେ ଗର୍ଭବତୀ ମହିଳାଙ୍କୁ କରୋନା ମୁକ୍ତ କରିବା ଅଭିଯାନ ଆରମ୍ଭ ହୋଇଚି । ଏବଂ ଗୋଟିଏ ନମୁନା ପରୀକ୍ଷା ଦ୍ୱାରା ଆମେ ମା ଓ ଶିଶୁ ଦୁଇ ଜଣଙ୍କ ଜୀବନ ବଞ୍ଚାଇ ପାରୁଚୁ ବୋଲି ତହସିଲଦାର ଡ଼ଃ. ମିଶ୍ର କହିଥିବାବେଳେ ।  ପ୍ରଶାସନ ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ସହାଯ୍ୟ ସହଯୋଗ ମୋତେ ଏବଂ ମୋ ପିଲାକୁ ସୁସ୍ଥ ରଖିଚି ବୋଲି କହିଚନ୍ତି ଏବଂ ଯେଉଁ ଖରାପ ଧାରଣା ଲୋକଙ୍କ ମନରେ ରହିଚି ଯେ ପ୍ରଶାସନ କୌଣସି ପ୍ରକାର ସହଯୋଗ କରୁନାହିଁ ବୋଲି ତାହା ସମ୍ପୂର୍ଣ ରୂପରେ ଭୁଲ ବୋଲି କହିଛନ୍ତି ନବଜାତ ଶିଶୁଙ୍କ ମା ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋ ବିମାନ ସହ ଧକ୍କା ହେଲା ପକ୍ଷୀ: ହାଇଦ୍ରାବାଦରେ ଜରୁରୀକାଳୀନ ଅବତରଣ କଲେ ପାଇଲଟ୍

January 29, 2026

କେନ୍ଦ୍ର ସରକାରଙ୍କୁ ଝଟକା!: ନୂତନ UGC ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

January 29, 2026

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026
Latest News

ଇଣ୍ଡିଗୋ ବିମାନ ସହ ଧକ୍କା ହେଲା ପକ୍ଷୀ: ହାଇଦ୍ରାବାଦରେ ଜରୁରୀକାଳୀନ ଅବତରଣ କଲେ ପାଇଲଟ୍

January 29, 2026

କେନ୍ଦ୍ର ସରକାରଙ୍କୁ ଝଟକା!: ନୂତନ UGC ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

January 29, 2026

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.