24ଘଣ୍ଟାରେ 1000ପାର କଲା ମୃତ୍ୟୁ ସଂଖ୍ୟା, 62,064ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Published: Aug 10, 2020, 10:32 am IST

ନୂଆଦିଲ୍ଲୀ:  କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 62 ହଜାର 064ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 1000 ଅତିକ୍ରମ କରିଛି । ଗତ ସପ୍ତାହେ ଧରି ମୃତ୍ୟୁ ସଂଖ୍ୟା 1000 ଭିତରେ ରହିଥିବାବେଳେ ଆଜି ମୃତ୍ୟୁସଂଖ୍ୟା 1007କୁ ବୃଦ୍ଧି ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 21 ଲକ୍ଷ 15 ହଜାର 075ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 44ହଜାର 386କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ସୁସ୍ଥଙ୍କ ସଂଖ୍ୟା 15 ଲକ୍ଷ 35 ହଜାର 744ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 34 ହଜାର 945 ରହିଛି ।

 

Related posts