ବର୍ଷାରେ ବେହାଲ୍‌ କେରଳ : କୋଟ୍ଟୟମ୍‌ଠାରେ ବନ୍ୟା ଜଳରେ ଭାସିଗଲେ ଟ୍ୟାକ୍ସି ଡ୍ରାଇଭର

Published: Aug 10, 2020, 10:59 am IST

କୋଟ୍ଟୟମ୍‌ : କେରଳର ବହୁ ସ୍ଥାନରେ ରବିବାର ଦିନ ପ୍ରବଳ ବର୍ଷା ହୋଇଛି । ପୁନଶ୍ଚ ରାଜ୍ୟର 6ଟି ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ଆଇଏମ୍‌ଡି । କସାରଗୋଡ, କନ୍ନୁର୍‌, ଓ୍ବାୟନାଡ, କୋଝିକୋଡ, ମଲ୍ଲପୁରମ୍‌ ଓ ଅଲପୁଝା ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ପ୍ରବଳ ବର୍ଷା, ଭୂସ୍ଖଳନ ଓ ବିଭିନ୍ନ ବନ୍ଧ ଖୋଲି ଯିବାରୁ କେରଳ ମଧ୍ୟ ଭାଗରେ ନଦୀରେ ଜଳସ୍ତରରେ ବୃଦ୍ଧି ହୋଇଛି । ପ୍ରବଳ ବର୍ଷା ଯୋଗୁଁ କେରଳରେ ବନ୍ୟା ପରିସ୍ଥିତି ସୃଷ୍ଟଇ ହୋଇଛି ।

କୋଟ୍ଟୟମ୍‌ ଜିଲ୍ଲାର ମନାରକାଡ ଅଞ୍ଚଳରେ ବନ୍ୟା ଜଳ ଯୋଗୁଁ ଜଣେ ଟ୍ୟାକ୍ସି ଚାଳକ ଭାସି ଯାଇଛନ୍ତି । ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କସାରଗୋଡ, କନ୍ନୁର୍‌, କାଝିକୋଡ ଓ ଅଲପୁଝା ଜିଲ୍ଲାରେ ଶନିବାର ଦିନ ବନ୍ୟା ଜଳରେ ଚାରି ଜଣ ଭାସି ଯାଇଥିବାର ସୂଚନା ରହିଛି ।

ବର୍ଷା କାରଣରୁ ମୀନାଚିଲା ନଦୀରେ ତୋଫାନ୍‌ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ 136ଟି ରିଲିଫ କେନ୍ଦ୍ର ନିର୍ମାଣ ହୋଇଛି । ମିନାଚିଲର ଜଳ ଯୋଗୁଁ କୋଟ୍ଟୟମ୍‌ର ବହୁ ସଡକରେ ଜଳସ୍ତର ପ୍ରବାହିତ ହେଉଛି । ପ୍ରାୟ ସମସ୍ତ ଅଞ୍ଚଳକୁ ଯାତାୟତ ବନ୍ଦ ହୋଇଛି ।

ସୂଚନାଯୋଗ୍ୟ, କେରଳା ଇଡୁକ୍କୀ ଜିଲ୍ଲାରେ  ହୋଇଥିବା ଭୂସ୍ଖଳନରେ ରବିବାର ଦିନ ଆଉ 17 ଜଣଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ଏବେ ଏହି ମୃତ୍ୟୁସଂଖ୍ୟା 432କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Related posts