Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର, ରାଷ୍ଟ୍ରୀୟ ଶୋକ ଘୋଷିତ
ଆଜିର ଖବର

ଆଜି ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର, ରାଷ୍ଟ୍ରୀୟ ଶୋକ ଘୋଷିତ

March 18, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Manohar Parrikar last rites
Manohar Parrikar last rites

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ସୋମବାର ସନ୍ଧ୍ୟା ମିରାମର ଠାରେ ହେବ। ଗତକାଲି ସନ୍ଧ୍ୟା ୬ଟା ୪୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପୂର୍ବାହ୍ଣ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ କଳା ଏକାଡେମିରେ ପାରିକରଙ୍କ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ପାଇଁ ସାଧାରଣ ଲୋକ ଯାଇପାରିବେ। ପାରିକରଙ୍କ ଅନ୍ତିମ ଯାତ୍ରା ସନ୍ଧ୍ୟା ୪ଟା ପରେ ଆରମ୍ଭ ହେବ। ସନ୍ଧ୍ୟା ସାଢ଼େ ୫ଟାରେ ମିରାମର ଠାରେ ଅନ୍ତିମ ସଂସ୍କାର କରାଯିବ। ଗୃହମନ୍ତ୍ରୀ ରାଜନାଥ ସିଂହ ମନୋହରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ। କେନ୍ଦ୍ର ସରକାର ପାରିକରଙ୍କ ପରଲୋକରେ ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀ, କେନ୍ଦ୍ର ଶାସିତ ରାଜ୍ୟ ଏବଂ ରାଜ୍ୟର ରାଜଧାନୀ ଗୁଡ଼ିକରେ ଜାତୀୟ ପତାକା ଗୁଡ଼ିକୁ ଅର୍ଦ୍ଧନମିତ କରାଯିବ। ପାରିକରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଅନ୍ତିମ ସଂସ୍କାର କରାଯିବ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଚାରି ଥରର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ରବିବାର ସନ୍ଧ୍ୟାରେ ଗୋଆ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୬୪  ବର୍ଷ ବୟସରେ ମନୋହର ପାରିକରଙ୍କ ନିଧନ ହୋଇଛି। ପାରିକରଙ୍କ ମୃତ୍ୟୁରେ ସାରା ଗୋଆରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ଵିଟ୍ କରି ପାରିକରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଲେଖିଛନ୍ତି ଯେ, ଗୋଆ ଓ ଦେଶ ପାଇଁ ତାଙ୍କର ଯୋଗଦାନ ଅବିସ୍ମରଣୀୟ, ଏହାକୁ କେହି ଭୁଲି ପାରିବେ ନାହିଁ। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାରିକରଙ୍କ ନିଧନ ପରେ ଶୋକ ପ୍ରକଟ କରି ଟ୍ଵିଟ୍ କରିଛନ୍ତି। କ୍ୟାନ୍ସର ପରି ଗମ୍ଭୀର ରୋଗ ସହିତ ସଂଘର୍ଷ କରୁଥିବା ସତ୍ତ୍ୱେ ସେ ଗତ ଅନେକ ମାସ ହେବ ମୁଖ୍ୟମନ୍ତ୍ରୀ ଭାବେ ନିଜର ଦାୟିତ୍ଵ ନିର୍ବାହ କରି ଆସୁଥିଲେ। ନାକରେ ଡ୍ରିପ୍ ଲଗାଇ ନିଜର କର୍ତ୍ତବ୍ୟ ସଂପାଦନ କରୁଥିଲେ। ଗୋଆରେ ବିଜେପି ଓ ରାଜନୀତିରେ ଏକ ମଜବୁତ ସ୍ତମ୍ଭ ଥିବା ମନୋହର ପାରିକର ଆଇଆଇଟିରେ ଶିକ୍ଷା ଗ୍ରହଣ କରିଥିଲେ। ଦେଶରେ ଶାନ୍ତ ସ୍ଵଭାବ, ମୃଦ୍ୟୁଭାଷୀ ଏବଂ ପାଠୁଆ ନେତା ରୂପେ ତାଙ୍କର ସ୍ଵତନ୍ତ୍ର ପରିଚୟ ଥିଲା।  ଉଲ୍ଲେଖଯୋଗ୍ୟ, ୨୦୧୮ ଫେବୃଆରୀରେ ପାରିକରଙ୍କୁ ପାନକ୍ରିୟାଟିକ୍ କ୍ୟାନ୍ସର ହୋଇଥିବା ଜଣା ପଡିଥିଲା। ସେ ଗୋଆ, ମୁମ୍ଵାଇ, ଦିଲ୍ଲୀ ଓ ନ୍ୟୁୟର୍କର ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଯେଉଁ ସମୟରେ ସେ ବହୁତ ଅସୁସ୍ଥ ଥିଲେ ସେହି ସମୟରେ ସେ ବିଧାନସଭାରେ ୨୦୧୯-୨୦ର ବଜେଟ୍ ଉପସ୍ଥାପନ କରିବାକୁ ଆସିଥିଲେ। ୨୦୧୪ରେ ସେ ଏନ୍‌ଡିଏ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ରହିଥିଲେ। ପାରିକରଙ୍କ ବିୟୋଗରେ ଗୋଆ ସରକାର ଆସନ୍ତା ୭ ଦିନ ଯାଏ ଶୋକ ଘୋଷଣା କରିଛନ୍ତି। ଆଜି ରାଜ୍ୟର ସମସ୍ତ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଆଜି ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବାତିଲ କରି ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶରେ ଆଉ ଏକ ହିନ୍ଦୁ ଉପରେ ଆକ୍ରମଣ, ହିନ୍ଦୁ ଶିକ୍ଷକଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃର୍ତ୍ତ

January 16, 2026

ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ପରେ ଧୁମ୍ ଧାମରେ ଚ଼ାଲିଛି ମା’ଭଗବତୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ

January 16, 2026

ତାଇୱାନ ନିକଟରେ ୩୪ଟି ଲଢ଼ୁଆ ବିମାନ ଏବଂ ୧୧ଟି ଯୁଦ୍ଧଜାହାଜ ମୁତୟନ: ଆକ୍ରମଣ କରିବ କି ଚୀନ୍?

January 16, 2026

କେବେ ନିର୍ବାଚିତ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?: ପ୍ରକାଶ ପାଇଲା ତାରିଖ, ବିଜ୍ଞପ୍ତି ଜାରି

January 16, 2026
Latest News

ବାଂଲାଦେଶରେ ଆଉ ଏକ ହିନ୍ଦୁ ଉପରେ ଆକ୍ରମଣ, ହିନ୍ଦୁ ଶିକ୍ଷକଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃର୍ତ୍ତ

January 16, 2026

ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ପରେ ଧୁମ୍ ଧାମରେ ଚ଼ାଲିଛି ମା’ଭଗବତୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ

January 16, 2026

ତାଇୱାନ ନିକଟରେ ୩୪ଟି ଲଢ଼ୁଆ ବିମାନ ଏବଂ ୧୧ଟି ଯୁଦ୍ଧଜାହାଜ ମୁତୟନ: ଆକ୍ରମଣ କରିବ କି ଚୀନ୍?

January 16, 2026

କେବେ ନିର୍ବାଚିତ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?: ପ୍ରକାଶ ପାଇଲା ତାରିଖ, ବିଜ୍ଞପ୍ତି ଜାରି

January 16, 2026

ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.